
ହିଞ୍ଜିଳି କାଟୁ,୨୩/୯(ଜିଲ୍ଲା ଖବର):
ଗୁରୁବାର ଦିନ ବିଜେପି ପକ୍ଷରୁ ଜନପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ 71ତମ ଜନ୍ମ ଦିବସ ଅବସରରେ ସେବା ସପ୍ତାହ ପାଳନ କରାଯାଇଅଛି. ସିକିରି ବିଜେପି ମଣ୍ଡଳ ସଭାନେତ୍ରୀ ରଶ୍ମିତା ବେହେରା ଙ୍କ ନେତୃତ୍ୱ ରେ ସେବା ସପ୍ତାହ କାର୍ଯ୍ୟକ୍ରମ କୁ ବିଜେପି ର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ. ସମସ୍ତ କାଯ୍ୟକର୍ତ୍ତା ସ୍ଥାନୀୟ ପାଟଣା ସାହି ସ୍ଥିତ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର କୁ ଜାଇ ପ୍ରଧାନମନ୍ତ୍ରୀ ମୋଦି ଙ୍କ ର ସୁସ୍ଥ ଶ୍ୱାସ୍ଥ୍ୟ, ଦୀର୍ଘ ନିରାମୟ ଜୀବନ କାମନା କରି ପ୍ରଭୁ ଙ୍କ ଠାରେ ଦୀପ ପ୍ରଯ୍ୟଳନ କରି ପ୍ରାଥନା କରିଥିଲେ. ପରେ ସମସ୍ତେ ସ୍ଥାନୀୟ ସରକାରୀ ଉପ-ଖଣ୍ଡ ଚିକିତ୍ସାଳୟ ଶ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚି ସମସ୍ତ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ. ପରେ ସ୍ଥାନୀୟ ଟୀକା କେନ୍ଦ୍ର ପରି ଦର୍ଶନ କରିବା ସହ କରୋନା ଯୋଦ୍ଧା ମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଉତ୍ସାହିତ କରିବା ସହ ସେଠାରେ ମାସ୍କ ବଣ୍ଟନ କରିଥିଲେ. ଆସନ୍ତା ଦିନରେ ଗଣ୍ଡଳା ମଣ୍ଡଳ, କାଞ୍ଚୁରୁ ମଣ୍ଡଳ, ଶେରଗଡ଼ ମଣ୍ଡଳ, ହିଞ୍ଜିଳି ମଣ୍ଡଳ, ଧବଳପୁର ମଣ୍ଡଳ ରେ ସଫେଇ କାର୍ଯ୍ୟକ୍ରମ, କରୋନା ଯୋଦ୍ଧା ମାନଙ୍କୁ ସାମ୍ନାନିତ କାର୍ଯ୍ୟକ୍ରମ କରାଯିବ ପାଇଁ ନିଷ୍ପତି ନିଆଯାଇଅଛି ବୋଲି ବିଜେପି ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି ଓ ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡ଼ ଲାଇନ ମାଧ୍ୟମରେ କାଯ୍ୟକ୍ରମ କରାଯିବ. ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି କାଞ୍ଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ବରିଷ୍ଠ ନେତା ଜୟରାମ ସ୍ୱାଇଁ, ଶେରଗଡ଼ ବିଜେପି ମଣ୍ଡଳ ସଭାପତି ରାମକୃଷ୍ଣ ପାତ୍ର, ହିଞ୍ଜିଳି କାଟୁ ନଗର ଓ ବି ସି ମୋର୍ଚ୍ଚା ସଭାପତି ସିମାଞ୍ଚଳ ନାହାକ, ବାସୁଦେବ ପଣ୍ଡିତ, ରୀନା ଗୌଡ଼, ଲିଙ୍ଗରାଜ ଗୌଡ଼, ସୁଶାନ୍ତ ସେଠୀ, ପ୍ରମୁଖ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।
ରିପୋର୍ଟ : ତାପସ କୁମାର ପଣ୍ଡା


