
ଭଞ୍ଜନଗର,୨୩/୯(ଜିଲ୍ଲା ଖବର):
ଗଞ୍ଜାମ ଗାଙ୍ଗପୁର ଥାନା କୁଲାଙ୍ଗୀ-କାଳିଆଗୁଡା ମଝି ରାସ୍ତା ରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ।10 ଅଧିକ ଆହତ।ନୀଳକଣ୍ଠ ନାମକ ଘରୋଇ ବସ ଟି ଗୌଡ଼ଗଠ ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା।ବସ ରେ 40 ରୁ ଅଧିକ ଯାତ୍ରୀ ଥିଲେ।ସମସ୍ତ ଯାତ୍ରୀ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରକୁ ଟ୍ରେନିଂ ପାଇଁ ଯାଉଥିଲେ।ବୁଲାଣି ରାସ୍ତାରେ ଏକ ବାଇକ ଚାଳକକୁ ରକ୍ଷା କରିବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା।ଫଳରେ 10 ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବାରେ ଲାଗିଛି।ସେମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ଓ ସୋରଡା ମେଡିକାଲରେ ଭର୍ତି କରାଯାଉଛି।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି। ରିପୋର୍ଟ-ଶିବରାମ ଚୌଧୁରୀ




