
୨୩/୦୯/୨୧ (ଜିଲ୍ଲା ଖବର) : ଆଜିକାଲି ଗ୍ଲୋଇଙ୍ଗ୍ ସ୍କିନ୍ ପାଇବା ପାଇଁ ସମସ୍ତଙ୍କର ଇଚ୍ଛା । କିନ୍ତୁ ଅନେକ ସମୟରେ ଅନେକ ଲୋକଙ୍କ କ୍ଷେତ୍ରରେ, ବିଭିନ୍ନ ତ୍ବଚା ଜନିତ ସମସ୍ୟା ଦେଖିବାକୁ ମିଳେ । ଯାହା ଦ୍ବାରା ତ୍ବଚାର ଚମକ କମିବା ସହିତ, ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ । ତେବେ ଗ୍ଲୋଇଙ୍ଗ୍ ସ୍କିନ୍ ପାଇବା ପାଇଁ କିଏ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି । କିନ୍ତୁ ସବୁବେଳେ ମନେ ରଖିବା ଉଚିତ୍ ଯେ, ତ୍ବଚାକୁ ଯଥାସମ୍ଭବ କେମିକାଲ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ରଖିବା ଭଲ । ତେବେ ଘରେ ରହି କେମିତି ଘରୋଇ ଉପାୟରେ ଗ୍ଲୋଇଙ୍ଗ୍ ସ୍କିନ୍ ପାଇ ପାରିବେ ଆସନ୍ତୁ ଜାଣିବା ।
-ପ୍ରଥମେ ମହୁରେ ଲେମ୍ବୁ ରସ ମିଶାଇ ସେହି ମିଶ୍ରଣକୁ ତ୍ବଚାରେ ଲଗାଇ,୨ ରୁ ୩ ମିନିଟ ପରେ ତ୍ବଚାକୁ ନଖ ଉଷୁମ୍ ପାଣିରେ ଧୋଇବେ। ତାପରେ ନଡିଆ ତେଲରେ କଫି ପାଉଡର ଏବଂ ବ୍ରାଉନ ସୁଗାର ପକାଇ ମିକ୍ସ କରିବେ । ତାପରେ ଏହି ମିଶ୍ରଣକୁ ନେଇ ତ୍ବଚାରେ ଲଗାଇ ସ୍କ୍ରବ୍ କରିବେ । ତାପରେ ତ୍ବଚାକୁ ପୋଛି ସଫା କରିବେ । ଏହାପରେ ମୁଲତାନି ମାଟିରେ ବେସନ,ହଳଦୀ ଏବଂ କଂଚା କ୍ଷୀର ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ପେଷ୍ଟକୁ ତ୍ବଚାରେ ଲଗାଇ, ଶୁଖିବା ପରେ ତ୍ବଚାକୁ ମସାଜ କରି ସଫା କରିବେ । ତାପରେ ତ୍ବଚାରେ ଗୋଲାପ ଜଳ ଲଗାଇବେ । ଏହା କରିବା ଦ୍ବାରା ଘରେ ରହି ଗ୍ଲୋଇଙ୍ଗ୍ ସ୍କିନ୍ ପାଇ ପାରିବେ ।


