
୨୩/୦୯/୨୧ (ଜିଲ୍ଲା ଖବର) : ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଅନେକଙ୍କ କ୍ଷେତ୍ରରେ ଆଖି ସମସ୍ୟା ଦେଖା ଦେଉଛି । ଦୃଷ୍ଟିଶକ୍ତି କମିବା ପଛରେ ବିଭିନ୍ନ କାରଣ ରହିଛି । ଅଧିକ ସମୟ ଧରି କମ୍ପ୍ୟୁଟର, ମୋବାଇଲ ବ୍ୟବହାର କରିବା, ଅନେକ ସମୟ ଧରି ଟିଭି ଦେଖିବା ଭଳି, ଅନେକ କାରଣରୁ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଏହା ସହିତ ବୟସ ବଢିବା ସଙ୍ଗେସଙ୍ଗେ ଦୃଷ୍ଟିଶକ୍ତି ମଧ୍ୟ କମିଥାଏ । ତେବେ ଏଥିପାଇଁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ସହିତ, ନିଜ ଖାଦ୍ୟ-ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ । ତେବେ ଦୃଷ୍ଟିଶକ୍ତି ବଢାଇବା ପାଇଁ ପ୍ରତିଦିନ ନିଜ ଡାଏଟରେ କେଉଁସବୁ ପନିପରିବା ସାମିଲ କରିବା ଆବଶ୍ୟକ ଆସନ୍ତୁ ଜାଣିବା ।
-ଆଖିର ଦୃଷ୍ଟିଶକ୍ତି ବଢାଇବା ପାଇଁ ପ୍ରତିଦିନ ନିଜ ଡାଏଟରେ ଗାଜର ସାମିଲ କରିବା ଉଚିତ୍ । ଏଥିରୁ ଯେକୌଣସି ବ୍ୟଞ୍ଜନ ପ୍ରସ୍ତୁତ କରି କିମ୍ବା ଏହାକୁ କଂଚା ମଧ୍ୟ ଖାଇପାରିବେ ।
-ଦୃଷ୍ଟିଶକ୍ତି ବଢାଇବାରେ ବେଶ ସାହାଯ୍ୟ କରେ ପାଳଙ୍ଗ । ପାଳଙ୍ଗ ଜୁସ, ପାଳଙ୍ଗ ତରକାରୀ, ପାଳଙ୍ଗ ସିଝା ଏହାକୁ ଯେକୌଣସି ପ୍ରକାରରେ ସେବନ କରି ପାରିବେ ।
-ପ୍ରତିଦିନ ଟମାଟୋ ଖାଇବା ଦ୍ବାରା, ଆଖିର ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ । କଂଚା ଟମାଟୋ କିମ୍ବା ଟମାଟୋ ଜୁସ ପିଇବା ଦ୍ବାରା, ଦୃଷ୍ଟିଶକ୍ତି ବଢିବା ସହିତ, ଆଖି ସୁସ୍ଥ ରହିଥାଏ ।
-ଆଖିର ଦୃଷ୍ଟିଶକ୍ତି କମୁଥିଲେ, ଏଥିପାଇଁ ପ୍ରତିଦିନ ନିଜ ଡାଏଟରେ ବ୍ରୋକଲି ସାମିଲ କରିବା ବହୁତ୍ ଉପକାରୀ । ଏହା ସେବନ କରିବା ଦ୍ବାରା, ଦୃଷ୍ଟିଶକ୍ତି ବଢିଥାଏ ।


