Saturday, October 10, 2026
Home ଆଞ୍ଚଳିକ ମହାନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା।

ମହାନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା।

154


ବ୍ରହ୍ମପୁର (ଜିଲ୍ଲା ଖବର) : ବ୍ରହ୍ମପୁର ଖଲ୍ଲିକୋଟ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ମହାନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ‘ଶିକ୍ଷା ଓ ତାର ସାମାଜିକ ପ୍ରଭାବ’ସମ୍ପର୍କରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷା ହିଁ ସମାଜର ସର୍ବାଂଗୀନ ବିକାଶ କରିଥାଏ ବୋଲି ଉପସ୍ଥିତ ସମସ୍ତ ଶିକ୍ଷାବିତ୍ ମତ ପ୍ରକାଶ କରିଥିଲେ। ନିଜର ଉଦ୍ଘାଟନୀ ଅଭିଭାଷଣରେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା କହିଥିଲେ କି ସରକାରଙ୍କ ସମସ୍ତ ସ୍କିମ୍ କୁ ସଠିକ୍ ଭାବରେ କାର୍ଯ୍ୟକାରୀ କଲେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ହେବା ସହ ଛାତ୍ର ଛାତ୍ରୀ ମାନଙ୍କର ସର୍ବାଧିକ ଉନ୍ନତି ହୋଇପାରିବ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ସନ୍ତୋଷ ସୁବୁଦ୍ଧି ଯୋଗଦେଇ ପୁସ୍ତକ ମେଳା ସମସ୍ତେ ଵର୍ଗକୁ ଶିକ୍ଷା ପ୍ରଦାନ କରିଥାଏ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଗଜପତି ନଗର ଶିଶୁ ମନ୍ଦିରର ସଭାପତି ଶ୍ରୀଯୁକ୍ତ ଅଭିପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ନୀଳକଣ୍ଠ ନଗର ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଉମାମାଧବ ମହାନ୍ତି ସମ୍ମାନୀତ ବକ୍ତା ଭାବେ ମଞ୍ଚରେ ଉପସ୍ଥିତ ଥିଲେ। ଏହି ସାସ୍ବତ ଓ ଵୌଦ୍ଧିକ ଆଲୋଚନାରେ କବି କପିଳଚନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ପୁସ୍ତକ ମେଳା କମିଟି ଅଧ୍ୟକ୍ଷ ଶ୍ରୀ ସୁଶାଂତ ଦାସ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଛତ୍ରପୁର ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଞ୍ଜୁଳା ହୋତାଙ୍କୁ ‘ପୁସ୍ତକ ମେଳା ଶିକ୍ଷା ସେବା ‘ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନିହାର ରଞ୍ଜନ ଦାସ, ବାଲ୍ମୀକି ମହାପାତ୍ର, ଦୀପ୍ତିମିତା ମହାପାତ୍ର, ବିକାଶ ରଞ୍ଜନ ପାତ୍ର ପ୍ରକାଶ ପରିଚାଳନା କରିଥିବା ବେଳେ ଅଜିତ୍ କୁମାର ସାବତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକ ମେଳା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।