
୨୩/୦୯/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ମୋଟୁ ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ । ଆଜି ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଗତକାଲି ତାଙ୍କ ଠାରୁ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ଫୁଲନଖରା ସମେତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା । 10ଟି ବ୍ୟାଙ୍କର ପାସବୁକ୍ ଓ ଜମି କାଗଜପତ୍ର ଜବତ ହୋଇଥିବା ସୂଚନା ରହିଛି ।



