
ନୂଆଦିଲ୍ଲୀ, ୨୩/୦୯/୨୧ (ଜିଲ୍ଲା ଖବର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣବଳୟ ବର୍ତ୍ତମାନ ମଧ୍ୟ ସେହି ଅବସ୍ଥାରେ ରହିଛି। କାଲିର ଘୂର୍ଣ୍ଣିବଳୟ ମିଆଁମାର ଓ ସଂଲଗ୍ନ ମାର୍ଟାବାନ ଉପକୂଳରେ ସକ୍ରିୟ ହୋଇ ରହିଛି। ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଉତ୍ତରପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ପ୍ରଭାବରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି।
ଏହା ପ୍ରଭାବରେ ଦକ୍ଷିଣ ଓଡିଶା ଏବଂ ଆଭ୍ୟନ୍ତରୀଣ ଓଡିଶା ରେ 26 , 27 ଏବଂ 28 ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ରେ ବାତ୍ୟା ଏବଂ ଏକାଧିକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା କଥାକୁ ଖଣ୍ଡନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କର କହିବା କଥା ଯେହେତୁ ବଙ୍ଗୋପସାଗର ରେ ମୌସୁମିବାୟୁ ସକ୍ରିୟ ରହିଛି ତେଣୁ ଗୋଟିଏ ପରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି।


