ଟ୍ରିପଲ ମର୍ଡର ଘଟଣାରେ ବଢ଼ିଲା ସସପେନ୍ସ, କୂଅରୁ ମିଳିଲା ମୃତ ମହିଳାଙ୍କ ସ୍ୱାମୀ ନାରାୟଣଙ୍କ ମୃତଦେହ

5

ଝାରସୁଗୁଡା, ୨୩/୦୯/୨୧ (ଜିଲ୍ଲା ଖବର) : ବଢ଼ିଲା ସସପେନ୍ସ । ଟ୍ରିପଲ ମର୍ଡର ଘଟଣାରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡ଼ାରେ ଏକ କୁଅରୁ ନାରାୟଣ ପୋଦାର ମୃତଦେହ ମିଳିଛି । ଗତକାଲି ସ୍ତ୍ରୀ ସୋନି ପୋଦାର, ପାଞ୍ଚ ବର୍ଷୀୟା ଝିଅ ରାଧିକା, ତିନି ବର୍ଷୀୟା ଝିଅ ମୁଷ୍କାନ୍ ଟ୍ରିପଲ୍ ମର୍ଡର ଘଟଣା ସାରା ଜିଲ୍ଲାକୁ ଦୋହଲାଇ ଦେଇଥିଲା ।

ଗୋଟିଏ ଘରର ମା ସହ ଦୁଇ ଛୋଟ ଛୁଆଙ୍କୁ କରାଯାଇଥିଲା ନିର୍ମମ ହତ୍ୟା । ସ୍ୱାମୀ ଫେରାର ଥିବାରୁ ପୋଲିସ ସନ୍ଦେହ କରୁଥିବା ବେଳେ ଆଜି ମୃତ ମହିଳାଙ୍କ ସ୍ୱାମୀ ନାରାୟଣଙ୍କ ମୃତ ଦେହ କୂଅରୁ ମିଳିଛି। ଏହାପରେ ସସପେନ୍ସ ବଢିଛି । ଗତ କାଲିର ହତ୍ୟା ଘଟଣାରେ ସ୍ୱାମୀ ନାରାୟଣ ଅଭିଯୁକ୍ତ ବୋଲି ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ମୃତ ମହିଳାଙ୍କ ଦିଅରକୁ ପୋଲିସ ଅଟକ ରଖିଛି । ଆଜି ଘଟଣା ସ୍ଥଳକୁ ପୁଣି ପୋଲିସ ଯାଇ ତଦନ୍ତ ଚଳାଇଛି ।