Thursday, November 12, 2026
Home ଆଞ୍ଚଳିକ କେମିତି ପୁଅ ପସନ୍ଦ କରନ୍ତି କହିଲେ ମଲାଇକା

କେମିତି ପୁଅ ପସନ୍ଦ କରନ୍ତି କହିଲେ ମଲାଇକା

34

ନୂଆଦିଲ୍ଲୀ, ୨୩/୦୯/୨୧ (ଜିଲ୍ଲା ଖବର) : ନିଜ ମନର କଥା ବଖାଣିଲେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା  । କିପରି ପୁଅ ତାଙ୍କର ପସନ୍ଦ ? ମନଖୋଲି କହିଲେ ନିଜ ଅନ୍ତରର କଥା । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚାରେ ବଲିଉଡର ମୁନ୍ନି ମାନେ ମଲାଇକା ଆରୋରା ।

ପ୍ରକାଶ ଥାଉକି,ଏବେ India’s Next Model ଶୋ’ରେ ଜଜ୍ ଭାବେ କାମ କରୁଛନ୍ତି ମଲାଇକା । ଯେଉଁଠି ତାଙ୍କୁ କେଉଁଭଳି ପୁଅ ପସନ୍ଦ ତାକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତ ଯେ, ‘ଶକ୍ତ ଥିବା ପୁଅମାନଙ୍କୁ ମୁଁ ପସନ୍ଦ କରେ । ପୁଅଙ୍କର ଚିକ୍କଣ ଚେହେରା ତାଙ୍କର ପସନ୍ଦ ନୁହେଁ । ଯେଉଁ ପୁଅ ଭଲ କିସ କରି ପାରିବେ ସେମାନଙ୍କୁ ମୁଁ ପସନ୍ଦ କରେ ବୋଲି କହିଛନ୍ତି ମଲାଇକା  କେବଳ ଏତିକି ନୁହେଁ, ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ ଗସିପ୍ କରୁଥିବା ପୁଅଙ୍କୁ ମୁଁ ପସନ୍ଦ କରେ ନାହିଁ ‘।

ଅର୍ଜୁନଙ୍କୁ ସେ ଶେଷ ଥର ପାଇଁ କ’ଣ ମେସେଜ ଦେଇଛନ୍ତି ବୋଲି ପଚରାଯିବାରୁ ଟିକେ ଲାଜେଇ ଯାଇ, କହିଥିଲେ ଯେ, ‘ଆଇ ଲଭ୍‌ ୟୁ ଠୁ’। ଏହା ସହିତ ‘ଅର୍ଜୁନ କପୁର ତାଙ୍କୁ ଭଲଭାବେ ବୁଝନ୍ତି ଏବଂ ଜାଣନ୍ତି। ଏଥିସହ ହଇରାଣ ମଧ୍ୟ କରନ୍ତି ବୋଲି ମଧ୍ୟ ସେ କହିଥିଲେ ‘ ।