
ଗଞ୍ଜାମ ଗାଙ୍ଗପୁର ଥାନା କୁଲାଙ୍ଗୀ-କାଳିଆଗୁଡା ମଝି ରାସ୍ତା ରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ।10 ଅଧିକ ଆହତ।ନୀଳକଣ୍ଠ ନାମକ ଘରୋଇ ବସ ଟି ଗୌଡ଼ଗଠ ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା ।
ବସ ରେ 40 ରୁ ଅଧିକ ଯାତ୍ରୀ ଥିଲେ।ସମସ୍ତ ଯାତ୍ରୀ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରକୁ ଟ୍ରେନିଂ ପାଇଁ ଯାଉଥିଲେ । ବୁଲାଣି ରାସ୍ତାରେ ଏକ ବାଇକ ଚାଳକକୁ ରକ୍ଷା କରିବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା ।
ଫଳରେ 10 ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବାରେ ଲାଗିଛି । ସେମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ଓ ସୋରଡା ମେଡିକାଲରେ ଭର୍ତି କରାଯାଉଛି । ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି ।







