
୨୩/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଗତକାଲି ୪ ଲକ୍ଷ ୫ ହଜାର ଡୋଜ ଦିଆହୋଇଛି । ଦ୍ଵିତୀୟ ଡୋଜଜୁ ମିଶାଇଲେ ୨ କୋଟି ୮୭ ଲକ୍ଷ ଡୋଜ ଦିଆସରିଛି । ସେଥିରୁ ୨ କୋଟି ୧୦ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି ।
୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି । ଯିଏ ଟିକା ନେଇ ନାହାନ୍ତି, ସେମାନଙ୍କର ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି । ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣିବେ । ଆଜି ୧୮୦୦ ଟିକାକରଣ ସେସନ ଚାଲିଛି । ଆଜି ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ଟୀକା ବି ପର୍ଯ୍ୟାପ୍ତ ମହଜୁଦ ଅଛି। କେବଳ ଆଦିବାସୀ ଅଂଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି ।
ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ୩ ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟୀକା ନେବାକୁ ଭୁଲି ଯାଉଛନ୍ତି। ସେମାନଙ୍କୁ ଟୀକା ନେବା ପାଇଁ SMS ପଠାଯାଉଛି। ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟୀକାକରଣ କେନ୍ଦ୍ରକୁ ଆଣିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।


