
ମୁମ୍ବାଇ,୨୩/୦୯/୨୧ (ଜିଲ୍ଲା ଖବର) : ସ୍ବର୍ଗତଃ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ଜମସେଦପୁରର ଏକ ହୋଟେଲର ଛାତ ଉପରେ କ୍ରିକେଟ ଖେଳୁଥିବା ନଜର ଆସୁଛନ୍ତି । ପ୍ରକାଶ ଥାଉକି, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ, ତାଙ୍କୁ ଏଯାଏଁ କେହି ଭୁଲି ପାରୁ ନାହାଁନ୍ତି । ପରିବାର ଠାରୁ ଫ୍ୟାନ୍ସ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଝୁରୁଛନ୍ତି । ସୁଶାନ୍ତଙ୍କ ପାଇଁ ଅଜିବି ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଅନେକ ସମୟରେ ତାଙ୍କର ପୁରୁଣା ଫଟୋ ଏବଂ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୁଏ ।
ଅଭିନେତା ଅଭିନୟ ସହିତ, ମ୍ୟୁଜିକ୍ ଇଷ୍ଟ୍ରୁମେଣ୍ଟସ୍ ବଜାଇବା,ଖେଳ ପ୍ରତି ମଧ୍ୟ ତାଙ୍କର ରୁଚି ରହିଥିଲା । ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ଦେଖିଲେ ଏହା ସ୍ପଷ୍ଟ ଜଣାପଡେ । ଭାଇରାଲ ହେଉଥିବା ତାଙ୍କର ଏହି ଭିଡିଓରେ ସେ ହୋଟେଲ ଛାତ ଉପରେ କ୍ରିକେଟ ଖେଳୁଥିବା ନଜର ଆସୁଛନ୍ତି । ଏହା ସହିତ କ୍ୟାପ୍ସନରେ ‘ଅଭିନେତା ପ୍ରତିଦିନ ସକାଳେ କ୍ରିକେଟ ଖେଳୁଥିଲେ’ ବୋଲି ମଧ୍ୟ ଲେଖା ହୋଇଛି । ଭିଡିଓଟି ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି । ଫ୍ୟାନ୍ସ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି ।


