ଜିଲ୍ଲାପାଳ ସଂଗ୍ରାମ କେଶରୀଙ୍କ ବହିଷ୍କାର ଦାବିରେ ପ୍ରତିବାଦ

3

ଜଗତସିଂହପୁର,୨୩/୦୯/୨୧ (ଜିଲ୍ଲା ଖବର) : ଜଗତସିଂହପୁର ଜିଲ୍ଲାପାଳଙ୍କ ପାଇଁ ଦିନକୁ ଦିନ ବଢୁଛି ଅଡ଼ୁଆ । ସବୁ ମହଲରେ ଜିଲ୍ଲାପାଳ ସଂଗ୍ରାମ କେଶରୀଙ୍କ ବହିଷ୍କାର ଦାବି ହେଉଛି । ଜିଲ୍ଲାରେ ଜିଲ୍ଲାପାଳଙ୍କ ବିରୁଦ୍ଧରେ ରାଜନେତାମାନେ ବିଷୋଦଗାର କରୁଥିବାବେଳେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସାଧାରଣ ଜନତା ।

ଏରସମା ବ୍ଲକ ଅନ୍ତର୍ଗତ ଆନ୍ଦୋଳନ ଗଡ଼ ଢ଼ିଙ୍କିଆ ଠାରେ ଶହଶହ ମହିଳା ପୁରୁଷ ପ୍ରତିବାଦ ସଭା କରିଛନ୍ତି । ଚନ୍ଦନ ଆଲର୍ଜି ଥିବା କଲେକ୍ଟରଙ୍କୁ ବିରୋଧ କରି ଆନ୍ଦୋଳନକାରୀ ଚନ୍ଦନଟୋପା ଲଗାଇ ଅଭିନବ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ବହିଷ୍କାର ଦାବିରେ କୁଶପୁତ୍ତଳିକା ଦାହ କରିଛନ୍ତି ।

ଜିଲ୍ଲାପାଳ ଜନବିରୋଧି କାର୍ଯ୍ୟ କରୁଛନ୍ତି, କିନ୍ତୁ ରାଜ୍ୟ ସରକାର ସବୁ ଜାଣି ଶୁଣି କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାରେ ଫସଲ ଉଜୁଡି ଯାଇଥିବା ବେଳେ ଆପତ୍ତି କରୁଥିବା ଚାଷୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିବା ସହ ଚନ୍ଦନ ଟିପା ଲିଭାଇବାକୁ ଧମକ ଦେବା ହିନ୍ଦୁ ସନାତନ ଧର୍ମ ବିରୋଧୀ ।  ସରକାର ଜଗତସିଂହପୁର ଜିଲ୍ଲାପାଳଙ୍କୁ ନହଟାଇଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।