Thursday, November 12, 2026
Home ଆଞ୍ଚଳିକ ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆଜି ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକ

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ, ଆଜି ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକ

14

୨୩/୦୯/୨୧ (ଜିଲ୍ଲା ଖବର) : ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ । ବହୁ ସଂଖ୍ୟକ ଭାରତୀୟ ତ୍ରିରଙ୍ଗା ଦେଖାଇ ମୋଦିଙ୍କୁ ସ୍ୱାଗତ । ୱାଶିଂଟନର ବିମାନ ବନ୍ଦରରେ ଶୁଣିବାକୁ ମିଳିଛି ମୋଦି..ମୋଦି.. ନାରା । ବର୍ଷାରେ ଭିଜି ଭିଜି ମୋଦିଙ୍କୁ ସ୍ୱାଗତ କରିଛନ୍ତି ମୋଦିଙ୍କ ଫ୍ୟାନ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହାତ ହଲାଇ ଓ ହାତ ମିଳାଇ ଖୁସି ବ୍ୟକ୍ତ କରିଛନ୍ତି ।

ଆମେରିକାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ । ଆଜି ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି ।  ଆସନ୍ତାକାଲି  ରାଷ୍ଟ୍ରପତି ବାଇଡେନଙ୍କ ସହ  ଦ୍ୱିପାକ୍ଷିକ ଆଲୋଚନା କରିବେ । ଆସନ୍ତାକାଲି ହେବାକୁ ଥିବା ମୋଦି-ବାଇଡେନ୍ ସାକ୍ଷାତ୍ ଉପରେ ବିଶ୍ୱର ନଜର ରହିଛି ।  ରାଷ୍ଟ୍ରପତି ବାଇଡେନଙ୍କ ସମେତ ସ୍କ୍ୱାଡ୍ ସମ୍ମିଳନୀରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ମଧ୍ୟ ଭେଟିବେ।