
ସମ୍ୱଲପୁର,୨୩/୦୯/୨୧ (ଜିଲ୍ଲା ଖବର) : ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର, ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ଗୋଟିଏ ପରେ ଗୋଟିଏ ଗେଟ ଖୋଲୁଛି ହୀରାକୁଦ ଜଳଭଣ୍ଡାରର। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ସ୍ଲୁଇସ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଥିଲା ।
ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୪୧୯ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୦ ହାଜାର ୪୧୮ ଘନଫୁଟ ଜଳ ନିଷ୍କାସିତ ହେଉଛି । ତେବେ ରାଜ୍ୟରେ ଏବେବି କିଛି କିଛି ସ୍ଥାନରେ ବର୍ଷା ଜାରି ରହିଛି। ଆହୁରି ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।


