Wednesday, November 11, 2026
Home ଆଞ୍ଚଳିକ ୨୬ରୁ ରାଜ୍ୟରେ ବର୍ଷା…

୨୬ରୁ ରାଜ୍ୟରେ ବର୍ଷା…

15

୨୩/୦୯/୨୧ (ଜିଲ୍ଲା ଖବର) :   ଆଉ ଏକ ଲଘୁଚାପ ଆସୁଛି। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେପଟେ ଲଘୁଚାପଜନିତ ବର୍ଷା ପରେ ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିଛି । 

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଆଗକୁ ଆହୁରି ବର୍ଷା ଆସିଛି । ମଙ୍ଗଳବାର ଓଡ଼ିଶା ପାଖରେ ଥିବା ଲଘୁଚାପ ଏବେ ଝାଡ଼ଖଣ୍ଡ ଉପରେ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ ତାରିଖ ସନ୍ଧ୍ୟାବେଳକୁ ଲଘୁଚାପରେ ପରିଣତ ହେବ । ତା’ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ (୨୬ ତାରିଖବେଳକୁ) ଓଡ଼ିଶା ଉପକୂଳ ପାଖରେ ପହଞ୍ଚିବ । ଏହା ପ୍ରଭାବରେ ୨୬ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ପ୍ରବଳ ବର୍ଷା ଲାଗି ରହିବ ।