Wednesday, November 11, 2026
Home ଆଞ୍ଚଳିକ ରଶ୍ମୀକାଙ୍କ ‘ଏକ୍‌ ଚୁଟକି ସିନ୍ଦୁର’

ରଶ୍ମୀକାଙ୍କ ‘ଏକ୍‌ ଚୁଟକି ସିନ୍ଦୁର’

6

ନୂଆଦିଲ୍ଲୀ,୨୩/୦୯/୨୧ (ଜିଲ୍ଲା ଖବର) : ଏବେ ବଲିଉଡ ମୁହାଁ ହୋଇଛନ୍ତି ସାଉଥ୍ ଅଭିନେତ୍ରୀ ରଶ୍ମୀକା ମନ୍ଦନା । ଖୁବ୍ ଶୀଘ୍ର ଫିଲ୍ମ’ମିଶନ ମଜନୁ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ନିଜକୁ ଏକଦମ୍ ପ୍ରସ୍ତୁତ କରିଛନ୍ତି ।

ଏମିତିକି ସେ ଏବେ ବଲିଉଡ ଡାଇଲଗ ସବୁ ଘୋଷି ଦେଇଥିବା ମନେ ହେଉଛି । କାହିଁକି ନାଁ, ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫିଲ୍ମ’ଓମ୍ ଶାନ୍ତି ଓମ୍’ର ଡାଇଲଗ’ଏକ୍ ଚୁଟକି ସିନ୍ଦୁର’କୁ ରି-କ୍ରିଏଟ କରିଛନ୍ତି ।

ଖୁବ୍ ସୁନ୍ଦର ଏକ୍ସପ୍ରେସନ ସହ ସେ ଏହି ଡାଇଲଗ କହୁଛନ୍ତି । ତାଙ୍କର ଏହି ଭିଡିଓ ଏବେ ଭାଇରାଲ ହେଉଛି ।  ସ୍କୁଲ ଦିନରୁ ତାଙ୍କର ଏହି ଡାଇଲଗ ବହୁତ୍ ପସନ୍ଦ ଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି ।

ତେବେ ତାଙ୍କର ଏହି ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରୁଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି, ଅନେକ କଳାକାର ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି । ଅଭିନେତ୍ରୀ ଦିପୀକା ପାଦୁକୋନ୍ ରଶ୍ମୀକାଙ୍କ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ରି-ସେୟାର କରି ଅଦ୍ଭୁତ ବୋଲି ଲେଖିଛନ୍ତି ।

ସୂଚନାଯୋଗ୍ୟ:  ରଶ୍ମୀକା ମଦାନା ଖୁବ୍‌ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ମିଶନ ମଜନୁ’ରେ ସେ ନଜର ଆସିବେ। ଏଥିରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ତାଙ୍କ ପାଖରେ ‘ଗୁଡବାୟ’ ଫିଲ୍ମ ମଧ୍ୟ ରହିଛି। ଏଥିରେ ସେ ବିଗ୍‌ ବି’ ଅମିତାଭ ବଚ୍ଚନ ଅପୋଜିଟ୍‌ରେ ନଜର
ଆସିବେ।