Monday, October 12, 2026
Home ଅପରାଧ ବ୍ରିଜ ନଥିବାରୁ ଜୀବନ ଯାଉଛି, ଗ୍ରାମବାସୀଙ୍କ ଅଭିଯୋଗ

ବ୍ରିଜ ନଥିବାରୁ ଜୀବନ ଯାଉଛି, ଗ୍ରାମବାସୀଙ୍କ ଅଭିଯୋଗ

15

ବ୍ରହ୍ମପୁର,୨୩/୦୯/୨୧ (ଜିଲ୍ଲା ଖବର) : ପାତ୍ରପୁର ବ୍ଳକ ବୁରାତାଲ ପଞ୍ଚାୟତ ଜାମୁଗଣ୍ଡ ନାଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଜଣେ ଯୁବକ ଜାମୁଗଣ୍ଡ ନାଳ ଡେଇଁ ଅନ୍ୟ ଗାଁକୁ ଯିବା ବେଳେ ଏହି ନାଳରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ଗ୍ରାମବାସୀ ବିଡ଼ିଓଙ୍କ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ରିଜ ଟିଏ ମଧ୍ୟ ହୋଇପାରି ନାହିଁ।

ସେଥିଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୁର୍ବରୁ ମଧ୍ୟ ଏଭଳି ଅଘଟଣ ଘଟିଥିବା ନେଇ ଗ୍ରାମବାସୀ କହିଛନ୍ତି । ତୁରନ୍ତ ଜାମଗଣ୍ଡ ନାଳ ଉପରେ ବ୍ରିଜ୍ ନିର୍ମାଣ ସହ ଗ୍ରାମମାନଙ୍କୁ ପକ୍କା ରାସ୍ତା ନିର୍ମାଣ ସହ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ନଚେତ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।