
ଆସିକା (ଜିଲ୍ଲା ଖବର) : ଆସିକା କରାତଳି ଏବଂ କୋଟିବାଡି ଅଞ୍ଚଳରେ ସକାଳୁ ସକାଳୁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ତତ୍ବାବଧାନରେ 13ଜଣ ଗିରଫ ହୋଇଥିବା ସହିତ 700ଲିଟର ମଦ ଜବତ କରାଯାଇଛି ଏବଂ 2000ଲିଟର ମୋଲାସେସ୍ ନଷ୍ଟ କରିଥିବା ଜଣାପଡିଛି। ଏଥି ସହିତ 13ଜଣଙ୍କୁ ଗିରଫ କରିବା ସହ 420/19 ଏବଂ 432/19 ଦଫା ଲଗାଯାଇଥିବା ଜଣାପଡିଛି। କାଳଷଣ୍ଢପୁରର ଡି ଗଙ୍ଗା (38),କୋଟିବାଡିଗ୍ରାମର କଗାଂରୁ ଦାସ (40),ସଶାଙ୍କ ନାହାକ (35),ଦିବାନ ନାହାକ (20),ନାରାୟଣ ବାଡତ୍ୟା (30),କରାତଳି ଗ୍ରାମର ଏମ୍ ଶଙ୍କର ରାଓ (30),ତ୍ରିନାଥ ସାହୁ (35),ପି ଶ୍ରୀନୁ (45),ନାଗଭୁଷଣ (30),ଏମ ଆର୍ ରାମ (38),ଡି ଜଗା (45),ଏ ସୁରେଶ (50),ଏ ଗୌରୀ (40)ସମେତ ଜଣେ ମହିଳା ଏ ସୁର୍ଯ୍ୟାଙ୍କୁ ପୁଲିସ୍ ଗିରଫ କରିଥିବା ଜଣାପଡିଛି।




