
ନୂଆଦିଲ୍ଲୀ, ୨୩/୦୯/୨୧ (ଜିଲ୍ଲା ଖବର) : ହିନ୍ଦୀ ସିନେମାରେ ଖଳନାୟକ ଭୂମିକାକୁ ନେଇ ବେଶ ପରିଚିତ ହୋଇଥିବା ପ୍ରେମ ଚୋପ୍ରାଙ୍କ ଆଜି ଜନ୍ମଦିନ । ନିଜ କ୍ୟାରିୟରରେ ସେ ପାଖାପାଖି ୨୫୦ ରେଫ୍ ସିନ୍ କରିଛନ୍ତି । ଆଜି ସେ ତାଙ୍କର ୮୬ତମ ଜନ୍ମଦିନ ପାଳନ କରୁଛନ୍ତି । ୨୩ ସେପ୍ଟେମ୍ବର ୧୯୩୫ରେ ଲାହୋରରେ ଜନ୍ମିତ ପ୍ରେମ୍ ଚୋପ୍ରାଙ୍କ ପରିବାର କିଛିଦିନ ପରେ, ସିମଲା ସିଫ୍ଟ ହୋଇ ଯାଇଥିଲେ । ସେଠାରେ ପ୍ରେମ ତାଙ୍କ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ।
୧୯୬୦ରେ ସେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଏହି ଫିଲ୍ମଟି ତାଙ୍କର ବିଶେଷ ସଫଳତା ହାସଲ କରି ପାରି ନଥିଲା । ଏହାପରେ ସେ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଥିଲେ । ଅନେକ ହିଟ ଫିଲ୍ମରେ ସେ ନିଜର ଜଲଓ୍ବା ଦେଖାଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।



