
ନୂଆଦିଲ୍ଲୀ, ୨୩/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ତନୁଜା ଜଣେ ଏମିତି ଅଭିନେତ୍ରୀ, ଯିଏକି ନିଜର ମନଖୋଲା ଅଭିନୟ ସହିତ, ନିଜର ଲୁକରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ତେବେ ସିନେମା ଇଣ୍ଡଷ୍ଟ୍ରିରେ ନିଜର ସଫଳତା ପାଇଁ ସେ ତାଙ୍କ ମା’ଙ୍କୁ ସବୁ ଶ୍ରେୟ ଦିଅନ୍ତି ।
୨୩ ସେପ୍ଟେମ୍ବର ୧୯୪୩ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ ଶୋଭନା ସାମର୍ଥ ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ଓ ତାଙ୍କ ପିତା ଫିଲ୍ମ ଡାଇରେକ୍ଟର ଥିଲେ । ନିଜ ଘରେ ଅଭିନୟର ମାହୋଲ ଥିବାରୁ , ସେ ଖୁବ୍ କମ୍ ବୟସରେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ଅନେକ ଫିଲ୍ମରେ ସେ ଶିଶୁ କଳାକାର ଭାବେ କାମ କରିଥିଲେ । ବଡ ହେବା ପରେ ମଧ୍ୟ ସେ ଛୋଟପିଲା ଭଳି କାମ କରୁଥିଲେ । ହେଲେ ଥରେ ତାଙ୍କ ସହିତ ଏମିତି କିଛି ହୋଇଥିଲା , ଯାହା ପରେ ସେ ଏକଦମ୍ ବଦଳି ଯାଇଥିଲେ ।
୧୯୬୦ରେ ଏକ ଫିଲ୍ମରେ ତନୁଜାଙ୍କୁ ତାଙ୍କ ମା’ ଲଞ୍ଚ କରାଇଥିଲେ । ହେଲେ ନିଜ କାମକୁ ନେଇ ସେ ଏତେ ସିରିଏସ ହେଉ ନଥିଲେ । ସେଟରେ ବହୁତ୍ ନଖରା ଦେଖାନ୍ତି ସେ । କେତେବେଳେ କାହାର ମଜାକ୍ ଉଡାନ୍ତି ତ, କେତେବେଳେ ଆଉ କ’ଣ । ଯାହାକି ତାଙ୍କ ପିତା-ମାତାଙ୍କୁ ପସନ୍ଦ ନଥିଲା । ଥରେ ତାଙ୍କୁ ଫିଲ୍ମରେ କାନ୍ଦିବାର ସିନ୍ କରିବାର ଥିଲା, କିନ୍ତୁ ତନୁଜା ବାରମ୍ବାର ହସୁଥିଲେ । ଫିଲ୍ମ ଡାଇରେକ୍ଟର ତାଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେ ଆଜି ତାଙ୍କର କାନ୍ଦିବାର ମୁଡ ନାହିଁ ବୋଲି କହି ସୁଟିଂ ବନ୍ଦ କରିବାକୁ କହିଥିଲେ ।
ଏହା ଶୁଣିବା ପରେ ଡାଇରେକ୍ଟର ଭଡକି ଯାଇଥିଲେ ଏବଂ ସେଟରେ ତାଙ୍କୁ ଚାପୁଡାଟେ ମାରିଥିଲେ । ଏହାପରେ ତନୁଜା କାନ୍ଦି କାନ୍ଦି ଅବସ୍ଥା ଖରାପ କରିଦେଲେ । କାନ୍ଦି କାନ୍ଦି ତନୁଜା ତାଙ୍କ ମା’ଙ୍କ ପାଖରେ ଯାଇ ପହଞ୍ଚିଥିଲେ । ମା’ ତାଙ୍କ ପାଖରୁ ସବୁ କଥା ଶୁଣିବା ପରେ, ତନୁଜାଙ୍କୁ ଜୋରରେ ଚାପୁଟାଟେ ମାରିଥିଲେ ।
କାହିଁକି ନାଁ ତାଙ୍କୁ ଜଣାଥିଲା ଯେ, ତନୁଜା କେମିତି ? ଏହାପରେ ତାଙ୍କ ମା’ ତାଙ୍କୁ ନେଇ ପୁଣି ସେଟକୁ ଯାଇଥିଲେ । ଏବଂ କହିଥିଲେ ନିଅନ୍ତୁ ଏବେ ସିନ୍ ସୁଟ୍ କରନ୍ତୁ । ଏବେ ସେ କାନ୍ଦୁଛି । ତାପରେ ପରଫେକ୍ଟ ସଟ୍ ଦେଇଥିଲେ ତନୁଜା ।
ପ୍ରକାଶ ଥାଉକି, ଫିଲ୍ମ ମେକର୍ ଶୋମୁ ମୁଖାର୍ଜିଙ୍କୁ ବିବାହ କରିଛନ୍ତି ତନୁଜା । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।







