Wednesday, November 11, 2026
Home ଆଞ୍ଚଳିକ ରାଜ୍ୟ ଖଦିବୋର୍ଡ ନିଗମର ସଦସ୍ୟ ପୃଥିବୀ ରାଜ ସାହୁଙ୍କ ମାତୃ ବିୟୋଗ

ରାଜ୍ୟ ଖଦିବୋର୍ଡ ନିଗମର ସଦସ୍ୟ ପୃଥିବୀ ରାଜ ସାହୁଙ୍କ ମାତୃ ବିୟୋଗ

57

ବିଷମକଟକ-୨୩-୯(ଜିଲ୍ଲା ଖବର ):
ରାଜ୍ୟ ବିଜୁ ଜନତାଦଳ ର ଯୁଗ୍ମ ସଂପାଦକ ଆଇନଜୀବୀ ତଥା ରାଜ୍ଯ ଖଦି HVବୋର୍ଡ ନିଗମର ସଦଶ୍ଯ ପୃଥିବୀରାଜ୍ ସାହୁଙ୍କ ମାତୃ ବିଦ୍ଯୁତଲତା ସାହୁଙ୍କର (୬୮) ବର୍ଷ ବୟସରେ ଆଜି ସନ୍ଧ୍ୟା ରେ ବିୟୋଗ ଘଟିଛି। ସେ କିଛିଦିନ ହେଲା ଭୁବନେଶ୍ବର ସମ୍ ହସ୍ପିଟାଲ ରେ ଭେଣ୍ଟିଲେଟର ରେ ରହି ଚିକିତ୍ସିତ ହେଉଥିଲେ। ଆଜି ସନ୍ଧ୍ୟା ରେ ସେ ଚିକିତ୍ସାଧିନ ଅବସ୍ଥାରେ ଆର ପାରିକୁ ଚାଲି ଯାଇଥିଲେ। ଶ୍ରୀମତି ସାହୁଙ୍କ ବିୟୋଗରେ ରାଜ୍ଯ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ରାଜ୍ଯସଭା ସାଂସଦ ଏନ ଭାସ୍କର ରାଓ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଗୁଣୁପୁର ର ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ, ରାୟଗଡା ର ବରିଷ୍ଠ ବିଜେଡି ନେତା ତଥା ଆଇନଜୀବୀ ଜଗନ୍ନାଥ ଦୋରା,ବିଷମକଟକ ବ୍କକ ବିଜେଡି ସଭାପତି ଦେବି ପଟ୍ଟନାୟକ, ନାନୁ ପଣ୍ଡା, ସିବା ଜେସିଟି, ଜଗନ୍ନାଥ ଲୁଣ୍ଡୁରୁକା, ମୁନିଗୁଡା ବ୍କକ ବିଜେଡି ସଭାପତି ରତନ ଲାଲ ଜୈନ, ରାମଚନ୍ଦ୍ର ବେହେରା, ଏମ୍ ପି ସପ୍ତଗିରି ଉଲ୍ଲାକା,
ବିଷମକଟକ ଓ ମୁନିଗୁଡା ସମସ୍ତ ସାମ୍ବାଦିକ ସମେତ ରାୟଗଡା ଜିଲ୍ଲାର ବିଭିନ୍ନ କୋର୍ଟର ଆଇନଜୀବୀ ମାନେ, ସାମ୍ବାଦିକ ମାନେ ଓ ବହୁ ବିଜେଡି କର୍ମି ନେତାଗଣ ଗଭୀର ଦୁଃଖ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ରିପୋର୍ଟ : ପ୍ରସନ ପଣ୍ଡା