Wednesday, November 11, 2026
Home ଆଞ୍ଚଳିକ ଆଜି ରିଲିଜ୍ ହେବାକୁ ଯାଉଛି ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

ଆଜି ରିଲିଜ୍ ହେବାକୁ ଯାଉଛି ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’

18

ନୂଆଦିଲ୍ଲୀ, ୨୩/୦୯/୨୧ (ଜିଲ୍ଲା ଖବର) :୨୩ ସେପ୍ଟେମ୍ବର ମାନେ ଆଜି ରିଲିଜ୍ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦି’  । ଏଥିରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ବଲିଉଡ ଅଭିନେତା ବିବେକ୍ ଓବରୟ ନଜର ଆସିବେ । କିଛିଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏହାର ଟ୍ରେଲରକୁ , ବେଶ ପସନ୍ଦ କରିଥିଲେ ଦର୍ଶକ । ଏହାପରେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦେଖିବାକୁ ଚାହିଁ ରହିଥିଲେ ଦର୍ଶକ । ତେବେ ଆଜି ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ଉମଙ୍ଗ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ୍ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ କିଛି ଦର୍ଶା ଯାଇଛି , ଯାହାକୁ  ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି ।

ଆଜି ,୨୩ ସେପ୍ଟେମ୍ବରରେ ଫିଲ୍ମ’ପିଏମ୍ ନରେନ୍ଦ୍ର ମୋଦି’ ଏମଏକ୍ସ ପ୍ଲେୟରରେ ରିଲିଜ୍ ହେବ । ଏଥିରେ ବିବେକ ଓବରୟଙ୍କ ବ୍ୟତୀତ, ବରଖା ବିଷ୍ଟ, ଜରୀନା ବହାବ, ମନୋଜ ଯୋଶୀ, ବୋମନ ଇରାନୀ ମଧ୍ୟ ନଜର ଆସିବେ ।