Thursday, October 15, 2026
Home ଅପରାଧ ମଝି ରାସ୍ତାରେ ଓଲଟିଲା ବସ, 12 ଯାତ୍ରୀ ଆହତ

ମଝି ରାସ୍ତାରେ ଓଲଟିଲା ବସ, 12 ଯାତ୍ରୀ ଆହତ

6

ବ୍ରହ୍ମପୁର,୨୩/୦୯/୨୧ (ଜିଲ୍ଲା ଖବର) :  ଗଞ୍ଜାମ କୁଲାଙ୍ଗୀ-କାଳିଆଗୁଡା ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ । ଦୁର୍ଘଟଣାରେ 10 ରୁ 12 ଜଣ ଯାତ୍ରୀ  ଆହତ ହୋଇଥିବା ସୂଚନା ମିଳିଛି । ନୀଳକଣ୍ଠ ନାମକ ଘରୋଇ ବସଟି ସୋରଡାରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସରେ 30ରୁ ଅଧିକ ଯାତ୍ରୀ ଥିଲେ ।

ବୁଲାଣି ରାସ୍ତାରେ ଏକ ବାଇକ ଚାଳକକୁ ରକ୍ଷା କରିବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା । ଫଳରେ 10 ରୁ 12 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବାରେ ଲାଗିଛି । ସେମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଉଛି । ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି  ।