Wednesday, July 29, 2026
Home ଆଞ୍ଚଳିକ ପ୍ରଥମ ରୋଗୀ ଭାବେ ଇକ୍‌ମୋ ୟୁନିଟରେ ହୋଇଥିଲେ ଭର୍ତ୍ତି

ପ୍ରଥମ ରୋଗୀ ଭାବେ ଇକ୍‌ମୋ ୟୁନିଟରେ ହୋଇଥିଲେ ଭର୍ତ୍ତି

11

କଟକ, ୨୩/୦୯/୨୧ (ଜିଲ୍ଲା ଖବର) : ଚାଲିଗଲା ରାଜ୍ୟରେ ଆଉ ଜଣେ ଇକ୍‌ମୋ ଚିକିତ୍ସାଧୀନ ରୋଗୀଙ୍କ ଜୀବନ। କଟକ ଏସସିବି ମେଡିକାଲରେ ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ଗତ ଅଗଷ୍ଟ ମାସ ୨୯ ତାରିଖରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ । 

ତାଙ୍କ ପରେ ପରେ ବଲାଙ୍ଗିରର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏହି ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। କେନ୍ଦ୍ରାପଡ଼ାର ଯେଉଁ ବ୍ୟକ୍ତି ଜଣଙ୍କ ଭର୍ତ୍ତି ହୋଇଥିଲେ ତାଙ୍କର ପ୍ରଥମେ ମୃତ୍ୟୁ ଘଟିଥିଲା। ତା’ପରେ ବଲାଙ୍ଗିରର ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଯାହାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ରାଜ୍ୟବାସୀ।