Sunday, October 11, 2026
Home ଅପରାଧ ବସ ଛିଡାକରି ଶୌଚ ଯିବାବେଳେ ଅଟୋ ଧକ୍କାରେ ବସ ଚାଳକ ମୃତ

ବସ ଛିଡାକରି ଶୌଚ ଯିବାବେଳେ ଅଟୋ ଧକ୍କାରେ ବସ ଚାଳକ ମୃତ

9

ବ୍ରହ୍ମପୁର,୨୩/୦୯/୨୧ (ଜିଲ୍ଲା ଖବର) : ଏମିତିବି ଆସେ ମୃତ୍ୟୁ । ଭୁବନେଶ୍ୱରରୁ ଚିକିଟି ଅଭିମୁଖେ ଯାଉଥିଲା ବସ । ଦିଗପହଣ୍ଡି ନିକଟ ଚୁଡଙ୍ଗପୁର ଠାରେ ବସ ଛିଡା କରି ଶୌଚ ହେବା ପାଇଁ ଯାଉଥିଲେ ବସ ଡ୍ରାଇଭର ସୁଧାକର ସାହୁ ।

ହେଲେ ସେତିକି ବେଳେ ପଛପଟୁ ଧକ୍କାଦେଲା ଅଟୋ । ଫଳରେ ଘଟଣାସ୍ଥଳରେ ହିଁ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଅଟୋ ଡ୍ରାଇଭର ସମେତ 4 ଜଣ ଆହତ ହୋଇଛନ୍ତି । ଡ୍ରାଇଭରଜଣଙ୍କ ଘର ନୟାଗଡ଼ ଜିଲ୍ଲା ଦେଉଳିଗାଁରେ ବୋଲି ଜଣାପଡିଛି । ସେ ମା ଲକ୍ଷ୍ମୀ ଘରୋଇ ବସ ଚଲାଉଥିଲେ ।