Tuesday, October 13, 2026
Home ଆଞ୍ଚଳିକ ପୁସ୍ତକ ମେଳା ସଂପର୍କର ମହାକୁମ୍ଭ

ପୁସ୍ତକ ମେଳା ସଂପର୍କର ମହାକୁମ୍ଭ

32

ବ୍ରହ୍ମପୁର (ଜିଲ୍ଲା ଖବର) : ମହାନଗର ପୁସ୍ତକ ମେଳା ର ତୃତୀୟ ସନ୍ଧ୍ୟାରେ ଜନଗହଳି ପରିଲକ୍ଷିତ ହୋଇଥିଲା। ପାଗ ଅନୁକୂଳ ହୋଇଥିବା ଯୋଗୁଁ ପୁସ୍ତକ ମେଳା ଭରପୁର ଲାଗୁଥିବା ବେଳେ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗଦାନ କରିଥିଲେ । ଏହି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆଇନଜୀବୀ ଲଳିତ ମଙ୍ଗରାଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ତଥା ପ୍ରାକ୍ତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦାନ କରି ପୁସ୍ତକ ମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରି ପୁସ୍ତକ ହିଁ ଜୀବନରେ ସବୁ ଦିନର ସାଥୀ ବୋଲି ବକ୍ତବ୍ୟ ରଖିଥିଲେ। ବ୍ୟବସାୟୀ ଶିବରାମ ସାହୁ, ଶ୍ରୀଯୁକ୍ତ ଶ୍ରୀନିବାସ ପୃଷ୍ଟି ଅତିଥି ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାଣିଗ୍ରାହୀ ଓ କବି ମିହିର କୁମାର ତ୍ରିପାଠୀ ଯୋଗଦେଇ ପୁସ୍ତକ ମେଳା ସମାଜର ଭାବେ କାର୍ଯ୍ୟ କରିଥାଏ ବୋଲି ଦର୍ଶାଇଥିଲେ ।କବି ସୁଶାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଅଜିତ କୁମାର ସାବତ ଅଧ୍ୟକ୍ଷତା କରିଥିଲେ। ସଂଧ୍ୟାରେ ଗୁରୁ କେଳୁଚରଣ କଳାତୀର୍ଥ ବ୍ରହ୍ମପୁର ତରଫରୁ ଗୁରୁ ସ୍ୱର୍ଣ୍ଣପ୍ରଭା ପାଢୀ ଦିଗଦର୍ଶନ ରେ ରଂଗାରଂଗ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ କପିଳ ଚନ୍ଦ୍ର ମହାନ୍ତି, ସତ୍ୟମ ଆଚାରୀ, ନିହାର ରଞ୍ଜନ ଦାସ, ଦୀପ୍ତିମିତା ମହାପାତ୍ର,ସପ୍ତମିତା ଦାଶ,ସୁଧାଞ୍ଜଳୀ ମିଶ୍ର, ବିକାଶ ରଞ୍ଜନ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷରେ ବାଲ୍ମୀକି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟର/ ରତ୍ନାକର ସିଅ