Wednesday, November 11, 2026
Home ଆଞ୍ଚଳିକ ଖୁବ୍ ଶୀଘ୍ର ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହୀ’

ଖୁବ୍ ଶୀଘ୍ର ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହୀ’

24

ମୁମ୍ବାଇ,୨୨/୦୯/୨୧ (ଜିଲ୍ଲା ଖବର) : ଖୁବ୍ ଶୀଘ୍ର ‘ଷ୍ଟାର୍‌ ପ୍ଲସ୍‌’ ଟିଭି ଚାନେଲରେ ପ୍ରସାରିତ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହୀ’ । ‘Katha Production’ର ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ବ୍ରିଟିସ୍‌ ସମୟର ଏହି କାହାଣୀ, ଦର୍ଶକଙ୍କୁ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଘଟଣାବଳୀକୁ ମନେ ପକାଇବ ବୋଲି ଆଶା କରାଯାଉଛି ।

‘ବିଦ୍ରୋହୀ’ର କଥାବସ୍ତୁ,  ଦୁଇଜଣ ରାଜଜେମା ଓ  ଜଣେ ବିଦ୍ରୋହୀ ଯୋଦ୍ଧା ଏକତ୍ର ହୋଇ କିପରି ବ୍ରିଟିସ୍‌ ଶାସକଙ୍କ ବିରୋଧରେ ଯୁଦ୍ଧ କରୁଛନ୍ତି ସେ ଉପରେ ଆଧାରିତ । ଖୁବ୍‌ ଶୀଘ୍ର ପ୍ରସାରଣ ହେବାକୁ ଯାଉଥିବା ଏହି ଧାରାବାହିକରେ ଓଡ଼ିଶାର ତତ୍କାଳୀନ ଇତିହାସର ଝଲକ ଦେଖିବାକୁ ମିଳିବ ।

ନିକଟରେ ଏହି ଧାରାବାହିକର ‘ପ୍ରମୋ’ ରିଲିଜ୍ ହୋଇଛି । ସେଥିରେ ଖୋର୍ଦ୍ଧାରେ ହୋଇଥିବା ଐତିହାସିକ ପାଇକ ବିଦ୍ରୋହ ନେତା ବକ୍ସି ଜଗବନ୍ଧୁଙ୍କ ଚରିତ୍ରରେ ନଜର ଆସୁଛନ୍ତି ଶରଦ ମାଲହୋତ୍ରା ।

ସୂଚନାଯୋଗ୍ୟ : ଶରଦ ମାଲହୋତ୍ରାଙ୍କ ବ୍ୟତୀତ ଏହି ଧାରାବାହିକରେ ସୁଲଗ୍ନା ପାଣିଗ୍ରାହୀ, ହେମା ଇଙ୍ଗ୍‌ଲେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ, ଆଉ କିଛି ପ୍ରମୁଖ କଳାକାର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ ।