
ନୂଆଦିଲ୍ଲୀ, ୨୨/୦୯/୨୧ (ଜିଲ୍ଲା ଖବର) : ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ Ishwari Deshpandeଙ୍କ ଦେହାନ୍ତ । ସୂଚନା ଅନୁଯାୟୀ, କାର ଦୁର୍ଘଟଣାରେ ଅଭିନେତ୍ରୀ ଓ ତାଙ୍କ ବନ୍ଧୁ Shubham Degadeଙ୍କର ମୃତ୍ୟୁ ଘଟିଛି । କାରଟି ଦୁର୍ଘଟଣା ଗ୍ରସ୍ତ ହୋଇ ପାଣିରେ ପଡି ଯାଇଥିଲା । ଯାହା ଫଳରେ ପାଣିରେ ବୁଡି ଦୁହିଁଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି ।
୨୫ ବର୍ଷିୟା ଏହି ଅଭିନେତ୍ରୀ ଓ ତାଙ୍କ ୨୮ ବର୍ଷିୟ ବନ୍ଧୁଙ୍କ ମୃତ୍ୟୁକୁ ନେଇ ପୁଲିସଙ୍କ କହିବା ଅନୁଯାୟୀ, ସେମାନେ ବସିଥିବା କାରଟି ଦ୍ରୁତ ଗତିରେ ଯାଉଥିଲା । ଯାହା ଫଳରେ ନିୟନ୍ତ୍ରଣ ହରାଇ କାରଟି ପାଣିରେ ପଡି ବୁଡି ଯାଇଥିଲା । ହେଲେ ବର୍ତ୍ତମାନ ଯାଏଁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, କାର କିଏ ଚଲାଉଥିଲେ । ସେଣ୍ଟ୍ରେଲ ଲକ୍ ବନ୍ଦ ଥିବାରୁ ଦୁହେଁ ଗାଡିରୁ ବାହାରି ପାରି ନଥିଲେ । ଅନ୍ୟପଟେ ଏହି ଖବର ପାଇବା ପରେ, ଦୁହିଁଙ୍କ ପରିବାର ପୁଣେ ରୁ ଯାଇ ଗୋଆରେ ପହଞ୍ଚିଥିଲେ ।
ତେବେ Ishwari Deshpande ହେଉଛନ୍ତି ମରାଠୀ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ । ଅନେକ ଫିଲ୍ମରେ ସେ କାମ କରିଛନ୍ତି । ନିକଟରେ ସେ ଏକ ହିନ୍ଦୀ ଓ ମରାଠୀ ଫିଲ୍ମରେ କାମ କରୁଥିଲେ । ମରାଠୀ ଫିଲ୍ମର ସୁଟିଂ ପାଖାପାଖି ସରି ଯାଇଥିଲା ଏବଂ ଖୁବ୍ ଶୀଘ୍ର ଏହା ରିଲିଜ୍ ହେବାକୁ ଯାଉଥିଲା ।


