ଏଠି ଏବେ ବି ଘୋଡା ପିଠିରେ ବସି ଯାଆସ କରନ୍ତି ଲୋକେ

4

ମାଲକାନଗିରି, ୨୨/୦୯/୨୧ (ଜିଲ୍ଲା ଖବର) :  ନା ଗାଡି, ନା ସାଇକେଲ, ନା ଅନ୍ୟ କୌଣସି ଯାନବାହାନ । ଏଠି ଘୋଡାରେ ଯାତାୟତ କରନ୍ତି ଲୋକମାନେ । ବାହାରକୁ ଯିବାକୁ ହେଲେ ସେଠାକାର ଲୋକମାନେ ଘୋଡା ପିଠି ଉପରେ ବସି ଯାଆସ କରନ୍ତି ।କେବଳ ବଡ ମଣିଷ ନୁହଁନ୍ତି, କୁନି କୁନି ପିଲାମାନେ ବି କାହାଠୁ କମ୍‌ ନୁହଁନ୍ତି। ଖେଳଣାରେ ଖେଳିବା ବୟସରେ ଛୋଟ ଛୋଟ ପିଲାମାନେ ଘୋଡା ଦୌଡାନ୍ତି । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।  

ପବନ ବେଗରେ ଘୋଡା ଦୌଡାଉଛନ୍ତି ଛୋଟ ଛୁଆ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରୁ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ସ୍ୱାଭିମାନ ଅଞ୍ଚଳରେ ପୂର୍ବରେ କୌଣସି ରାସ୍ତା ଘାଟ ନଥିବାରୁ ସେଠିକାର ଲୋକମାନେ ଘୋଡା ଉପରେ ନିର୍ଭର କରୁଥିଲେ । ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଆସିବା କିମ୍ବା ଜିନିଷ ପତ୍ର ନେବା ଆଣିବା କରିବାରେ ଘୋଡା ହିଁ ବ୍ୟବହାର କରୁଥିଲେ । ବର୍ତ୍ତମାନ ମଧ୍ୟ ଅନେକ ଗ୍ରାମରେ ରାସ୍ତା ପହଞ୍ଚି ଥିବାବେଳେ ଆହଚରି  ଅନେକ ଗ୍ରାମ ରହିଛି ଯେଉଁଠି ଏବେବି ଏଠି ରାସ୍ତା ନାହିଁ ।

ଫଳରେ ଏଠାକାର ଲୋକମାନେ ଏବେ ବି ଘୋଡା ଉପରେ ନିର୍ଭର କରୁଛନ୍ତି । ସ୍ଥାନୀୟ ଅଞ୍ଚଳର କିଛି ଛୋଟ ପିଲା ଘୋଡା ସବାର କରୁଥିବାର ଦୃଶ୍ୟ ଏବେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।