
ନୂଆଦିଲ୍ଲୀ, ୨୨/୦୯/୨୧ (ଜିଲ୍ଲା ଖବର) : ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ରେ ଅଞ୍ଜଳୀ ଚରିତ୍ରକୁ ଆଜିବି ମନେ ରଖିଛନ୍ତି ଦର୍ଶକ । ଛୋଟ ଅଞ୍ଜଳୀ ଭୂମିକାରେ ଅଭିନୟ କରି, ସମସ୍ତଙ୍କ ହୃଦୟ ଜିତିଥିଲେ ସେ । ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ତେବେ ତାଙ୍କ ପ୍ରକୃତ ନାଁ ହେଉଛି ସନା ସଇଦ୍ । ଆଜି ହେଉଛି ସନା ସଇଦଙ୍କ ଜନ୍ମଦିନ ।
୨୨ ସେପ୍ଟେମ୍ବର ୧୯୮୮ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି । ଫିଲ୍ମ’କୁଛ୍ କୁଛ୍ ହୋତା ହେ’ ମାଧ୍ୟମରେ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ’ହର ଦିଲ ଯୋ ପ୍ୟାର କରେଗା’ , ‘ବାଦଲ’ ରେ ମଧ୍ୟ କାମ କରିଥିଲେ । କିନ୍ତୁ ତାପରେ ସେ ଫିଲ୍ମରୁ ଦୂରେଇ ଯାଇଥିଲେ । ଏବେ ସେ ବହୁତ୍ ବଡ ହୋଇ ଯାଇଛନ୍ତି । ସାଦାସିଧା ଦେଖା ଯାଉଥିବା ସନା, ଏବେ ତାଙ୍କର ଗ୍ଲାମରସ ଲୁକରେ ସମସ୍ତଙ୍କୁ ଦିଓ୍ବାନା କରୁଛନ୍ତି ।
୩ଟି ବଡ ଫିଲ୍ମରେ କାମ କରିବା ପରେ ସନା ଦୀର୍ଘ ଦିନ ଧରି ବଡ ପରଦାରୁ ଦୂରେଇ ରହିଥିଲେ । ଏହାପରେ ସେ ଟିଭି ଧାରାବାହିକ ମାଧ୍ୟମରେ ପୁଣି ଫେରିଥିଲେ । ୨୦୦୮ରେ ସେ ‘ବାବୁଲ କା ଆଙ୍ଗନ୍ ଛୁଟେ ନ’ ଏବଂ ‘ଲୋ ହୋ ଗଇ ପୂଜା ଇସ୍ ଘର୍ କି’ ଭଳି ଟିଭି ଧାରାବାହିକରେ ନଜର ଆସିଥିଲେ । ଏହା ବ୍ୟତୀତ ସେ କିଛି ରିଆଲିଟି ଶୋ’ରେ ମଧ୍ୟ ନଜର ଆସିଛନ୍ତି । ଏହାପରେ ସେ କରନ ଜୋହରଙ୍କ ଫିଲ୍ମ’ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ରେ ସାଇଡ ରୋଲରେ ନଜର ଆସିଥିଲେ । ଏଥିରେ ତାଙ୍କର ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସାନା ସଇଦ୍ । ସବୁବେଳେ ସେ ତାଙ୍କର ଫଟୋ ଓ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ସହ ଯୋଡି ହୋଇ ରୁହନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଢେରସାରା ଶୁଭକାମନା ।




