
ଖୋର୍ଦ୍ଧା, ୨୨/୦୯/୨୧ (ଜିଲ୍ଲା ଖବର) : ତିନି ଦିନ ତଳେ ଭାସି ଯାଇଥିଲେ ବୃଦ୍ଧି। ଅନେକ ଖୋଜା ଖୋଜି କରାଯାଇଥିଲା। ଆଉ ଆଜି ମିଳିଲା ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଲା ଖୋର୍ଦ୍ଧା ଜିଲ୍ଲା ବାଣପୁରଠାରେ।
ବାଣପୁର ସାଳିଆ ନଦୀରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ ଚରଣ ବେହେରା । ଦୀର୍ଘ ୩ ଦିନ ପରେ ମୃତଦେହ ଉଦ୍ଧାର କରିଛି ବାଣପୁର ଦମକଳ ବାହିନୀ ।
ବାଣପୁର ଏବଂ ବାଲୁଗାଁ ଦମକଳ ବାହିନୀର ସ୍ୱତନ୍ତ୍ର ୨ ଟି ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ଥିଲେ।
ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚିଛି , ମୃତଦେହର ପଞ୍ଚନାମା ପରେ ମୃତକର ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।



