Home ଆଞ୍ଚଳିକ ପିଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ଦୀପିକା

ପିଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖେଳିଲେ ଦୀପିକା

6

ନୂଆଦିଲ୍ଲୀ, ୨୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ କିଏ ବା ନଜାଣେ । ଅଭିନୟରେ ମାହିର ହେବା ସଙ୍ଗେସଙ୍ଗେ, ଖେଳରେ ମଧ୍ୟ ବେଶ ପାରଙ୍ଗମ ଦୀପିକା । ତାଙ୍କ ପିତା ପ୍ରକାଶ ପାଦୁକୋନ ମଧ୍ୟ ଥିଲେ ଜଣେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳୀ । ଏହା ସହିତ ଦୀପିକା ମଧ୍ୟ  ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳି ସାରିଛନ୍ତି । ହେଲେ ଖେଳକୁ ସେ ନିଜ ପ୍ରଫେସନ ଭାବେ ନବାଛି, ସେ ଆକ୍ଟିଂକୁ ନିଜର ପ୍ରଫେସନ କରିଛନ୍ତି । କିନ୍ତୁ ସୁଯୋଗ ମିଳିବା କ୍ଷଣି ସେ ବ୍ୟାଡମିଣ୍ଟନ ଖେଲୁଥିବା ଦେଖିବାକୁ ମିଳେ ।

ନିକଟରେ ଦୀପିକା ପାଦୁକୋନ୍ ସୋସିଆଲ ମିଡିଆରେ ଅଲମ୍ପିକ୍ ମେଡାଲିଷ୍ଟ ପିଭି ସିନ୍ଧୁଙ୍କ ସହ ବ୍ୟାଡମିଣ୍ଟନ ଖାଳୁଥିବାର ଫଟୋ ସେୟାର କରିଛନ୍ତି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ଏହି ଫଟୋ ଦେଖି ସ୍ପଷ୍ଟ ଜଣାପଡୁଛି ଯେ, ଦୁହେଁ ବ୍ୟାଡମିଣ୍ଟନ ଖେଳିବା ସମୟରେ ବେଶ ଏନଜଏ କରୁଛନ୍ତି ।

ତେବେ ଦୀପିକାଙ୍କୁ ବ୍ୟାଡମିଣ୍ଟନ ଖେଳୁ ଥିବାର ଦେଖି, ବେଶ ଖୁସି ହେବା ସହିତ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ଫ୍ୟାନ୍ସ । ଏହି ଫଟୋ ସେୟାର ଦୀପିକା ଲେକିଛନ୍ତି ଯେ, ‘ ହର୍ ନିୟମିତ୍ ଦିନ୍ କି ତରହ୍ , ପିଭି ସିନ୍ଧୁ କେ ସାଥ୍ କ୍ୟାଲୋରୀଜ୍ ବର୍ନ କରତେ ହୁଏ ‘ ।