ବନ୍ଦ ଘରୁ ମିଳିଲା ମା’ ଓ ଦୁଇ ଝିଅଙ୍କ ମୃତଦେହ

1

ଝାରସୁଗୁଡା,୨୨/୦୯/୨୧ (ଜିଲ୍ଲା ଖବର) :   ଝାରସୁଗୁଡାରେ ଟ୍ରିପଲ ମର୍ଡର । ବ୍ରଜରାଜନଗର ଗଙ୍ଗାନଗରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମା ସହ ଦୁଇ ଛୁଆଙ୍କୁ ନିର୍ମ ହତ୍ୟା ଅଭିଯୋଗ ହୋଇଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରୁ ଦୂର୍ବୃତ୍ତ ଫେରାର ରହିଛି । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ବନ୍ଦ ଘରୁ ମା ଓ ଦୁଇ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମା ସୋନି ପଦାରଙ୍କ ବୟସ 28 ବର୍ଷ ହୋଇଥିବାବେଳେ ଝିଅ ରାଧିକା(5 ବର୍ଷ) ଓ ମୁଷ୍କାନ୍ ବୟସ ( 3 ବର୍ଷ) ବୋଲି ଜଣାପଡିଛି । ଗୋଟେ ଘରେ ମା’ ସହ ଦୁଇ ଛୋଟ ଛୁଆଙ୍କୁ ନିର୍ମମ ହତ୍ୟା କରାଯାଇଛି । ସ୍ୱାମୀ ଓ ଦିଅର ଫେରାର ଥିବାରୁ ତାଙ୍କ ଉପରେ ପୋଲିସ ସନ୍ଦେହ କରୁଛି ।

 ଯେ ପର୍ଯ୍ୟନ୍ତ ତଦନ୍ତ ସରିନି କିଛି କହିହେବନି ବୋଲି କହିଛନ୍ତି ତଦନ୍ତ କରୁଥିବା ପୋଲିସ ଅଫିସର । ହତ୍ୟା ପଛର କାରଣ ପାରିବାରିକ କଳହ ନା ଅନ୍ୟ କିଛି ତଦନ୍ତ ପରେ ହିଁ ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।