Wednesday, November 11, 2026
Home ଆଞ୍ଚଳିକ ନିଜ ପୋଷାକକୁ ନେଇ ଟ୍ରୋଲ ହେଲେ ଉର୍ବଶୀ

ନିଜ ପୋଷାକକୁ ନେଇ ଟ୍ରୋଲ ହେଲେ ଉର୍ବଶୀ

22

ନୂଆଦିଲ୍ଲୀ, ୨୨/୦୯/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା  ସବୁବେଳେ ତାଙ୍କର ଗ୍ଲାମରସ ଲୁକ୍ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି ।  ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଉର୍ବଶୀ । ଫଟୋ ଏବଂ ଭିଡିଓ ସେୟାର କରି ସବୁବେଳେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ନିକଟରେ ଇନଷ୍ଟାଗ୍ରାମରେ ସେ ତାଙ୍କର ଭିଡିଓ ସେୟାର କରି ଟ୍ରୋଲ ହୋଇଛନ୍ତି ଉର୍ବଶୀ ।

ନିକଟରେ ନିଜ ଇନଷ୍ଟାଗ୍ରାମରେ  ଉର୍ବଶୀ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ଗ୍ଲାମରସ ଲୁକକୁ ଫ୍ୟାନ୍ସ ପସନ୍ଦ କରୁଛନ୍ତି ସତ, ହେଲେ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ଅନେକ ପସନ୍ଦ କରୁଥିବା ବେଳେ, କେହି କେହି ନାପସନ୍ଦ କରିଛନ୍ତି । ଏବଂ ତାକୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି । ସେୟାର କରିଥିବା ଭିଡିଓରେ ସେ ଏକ ସିଲଭର କଲର ସିମରି ଆଉଟଫିଟରେ ନଜର ଆସୁଛନ୍ତି । ସେଥିରେ ତାଙ୍କ ସ୍ଲିଭ୍ ଜାଗାରେ ପକ୍ଷୀ  ଲାଗିଛି । ଏହା ସହିତ ରାଜକୀୟ ଅଳଙ୍କାର ଓ ମେକଅପରେ ନଜର ଆସୁଛନ୍ତି ଉର୍ବଶୀ ।

ଭିଡିଓ ପୋଷ୍ଟ କରି ସେ ମଜାଦାର କ୍ୟାପ୍ସନରେ ମଧ୍ୟ ଲେଖିଛନ୍ତି ।  ଅନ୍ୟପଟେ କେହିକେହି ତାଙ୍କ ପୋଷାକକୁ ପସନ୍ଦ କରୁଥିବା ବେଳେ, କେହି କେହି ଏହାକୁ ନେଇ  ଟ୍ରୋଲ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ରାବଣର ପୋଷାକ’  । ଅନ୍ୟଜଣେ ଲେଖିଛନ୍ତି ‘ପକ୍ଷୀରାଜ’ ।  ଏଥିରେ ସମସ୍ତେ ନିଜ  ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।