Sunday, November 15, 2026
Home ଆଞ୍ଚଳିକ DRDO ତଥ୍ୟ ଲିକ୍ ମାମଲା; ଜେରା ବେଳେ ଅଭିଯୁକ୍ତଙ୍କଠୁ ମିଳୁଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

DRDO ତଥ୍ୟ ଲିକ୍ ମାମଲା; ଜେରା ବେଳେ ଅଭିଯୁକ୍ତଙ୍କଠୁ ମିଳୁଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

9

ଭୁବନେଶ୍ୱର, ୨୨/୦୯/୨୧ (ଜିଲ୍ଲା ଖବର) :  ଡିଆରଡିଓ ତଥ୍ୟ ଲିକ ମାମଲାରେ ଗିରଫ ଅଭିଯୁକଙ୍କ ଜେରାର ୪ର୍ଥ ଦିନ । ଜେରାବେଳେ ଅଭିଯୁକ୍ତଙ୍କଠୁ ମିଳୁଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ୨୦୨୦ ଫେବୃଆରୀରେ ପ୍ରଥମେ ଯୁବତୀ ଜଣକ ଅଭିଯୁକଙ୍କ ସମ୍ପର୍କରେ ଆସିଥିଲେ । ସମ୍ପୃକ୍ତ ଯୁବତୀ ଅଭିଯୁକ୍ତଙ୍କୁ ବିବାହ ଅଫର୍ ଦେଇଥିବା ନେଇ ମଧ୍ୟ ତଥ୍ୟ ସାମନାକୁ ଆସୁଛି ।

ସେତେବେଳେ ଇଂଲଣ୍ଡରେ କାମ କରୁଥିବା ବେଳେ ମିସାଇଲ ଉପରେ ଆଗ୍ରହ ଥିବା କହିଥିଲେ ଯୁବତୀ । ଆଉ କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନରେ ରହି ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି ।

ଆଇପି ଆଡ୍ରେସ କେଉଁଠାରୁ ବ୍ୟବହାର ହେଉଥିଲା ସେ ନେଇ ଖୋଳତାଡ କରାଯାଉଛି । ନିୟମିତ ଯୁବତୀଙ୍କ ସହ ହ୍ଵାଟ୍ସଆପ, ଫେସବୁକରେ ଭିଡିଓ କଲରେ ସମ୍ପର୍କରେ ରହୁଥିଲେ ଅଭିଯୁକ୍ତ । ୟୁକେ ସରକାରଙ୍କୁ ମଗାଯିବ ହ୍ୱାଟସ ଆପ୍ ନମ୍ବରର ଡିଟେଲ୍ସ।

ଚାନ୍ଦିପୁରରେ ଏୟାରପୋର୍ଟର ପାଇଲଟ ଲେସ ଏୟାରକ୍ରାଫ୍ଟ ପରୀକ୍ଷଣ ହେଉଥିବାରୁ ଏୟାରଫୋର୍ସ କରୁଛି ତଦନ୍ତ । ଇଂରାଜୀ, ହୀନ୍ଦି ଭାଷାରେ ଦେଢ ବର୍ଷ ଧରି କଥା ହେଉଥିଲେ ଅଭିଯୁକ୍ତ । ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।