ହାଇୱା ଧକ୍କାରେ 100 ଛେଳି ମୃତ

5

ନୟାଗଡ, ୨୨/୦୯/୨୧ (ଜିଲ୍ଲା ଖବର) :  ବିଳମ୍ବିତ ରାତିରେ ଛେଳି ଗୋଠ ଉପରେ ଚଢି ଗଲା ହାଇୱା I ହାଇୱା ଧକ୍କାରେ ଘଟଣାସ୍ଥଳରେ 100 ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଛି I ନୟାଗଡ଼ ଜିଲ୍ଲା ଓଡ଼ଗାଁ – ବାହାଡାଝୋଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ରାସ୍ତା ବାହାଡାପିଠା ନିକଟରେ  ଗତକାଲି ରାତି ପ୍ରାୟ 12ଟା ସମୟରେ ରାସ୍ତାରେ ଛେଳିଗୋଠ ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇୱା ଟ୍ରକ ଛେଳି ଗୋଠ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ 100 ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ବେଳେ  ଅନେକ ଛେଳି ଆହତ ହୋଇଛନ୍ତି I

ରାତି ତମାମ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରେ ଓଡ଼ଗାଁ ପୋଲିସ ପହଂଚି  ଘଟଣାର ତଦନ୍ତ ଚଳାଇଛି  I ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଛି I