Thursday, October 15, 2026
Home ଆଞ୍ଚଳିକ ପୁଣି ବିପଦ ସଙ୍କେତ ଟପିଲା ଜଳକା

ପୁଣି ବିପଦ ସଙ୍କେତ ଟପିଲା ଜଳକା

16

ବାଲେଶ୍ୱର,୨୨/୦୯/୨୧ (ଜିଲ୍ଲା ଖବର) : ଜଳେଶ୍ୱର ଜଳକାରେ ବନ୍ୟା ! ପୁଣି ବିପଦ ସଙ୍କେତ ଟପିଲା ଜଳକା ।  ବସ୍ତା ମଥାନୀ ଠାରେ ବିପଦ ସଙ୍କେତ 5.50 ମିଟର ଥିବା ବେଳେ ସକାଳ 7 ଟା ସୁଦ୍ଧା 7.18 ମିଟରରେ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

ବାହାର୍ଦ୍ଦା ଚଟାଣ ଉପରେ 3 ଫୁଟ ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି । ଫଳରେ ଏନଏଚରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ବେଳେ ବାହାରଦା ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ଵ ଗ୍ରାମରେ ପାଣି ପଶିଛି । ବସ୍ତା ଅଗ୍ନିଶମ ବିଭାଗ ଦ୍ଵାରା ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।