ପୋଖରୀରେ ବୁଡି ଦୁଇ ଶିଶୁ ମୃତ

9

କଳାହାଣ୍ଡି,୨୨/୦୯/୨୧ (ଜିଲ୍ଲା ଖବର) :  କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବନ୍ଧପାରୀ ଗ୍ରାମପଞ୍ଚାୟତ କୁଟ୍ରୁଗୁଡା ଗାଁରେ ପୋଖରୀରେ ବୁଡି ଦୁଇ ଶିଶୁ ମୃତ ।

ସୂଚନା ଅନୁଯାୟୀ, କୁଟ୍ରୁଗୁଡା ଗାଁର ଗଦନ ମାଝୀ ଓ ଗୌର ମାଝୀ ନିଜ ପରିବାର ସହିତ ମାଣ୍ଡିଆ କ୍ଷେତକୁ କାମ କରିବାକୁ ଯାଇଥିଲେ । ସେମାନେ ମାଣ୍ଡିଆ କ୍ଷେତରେ କାମ କରୁଥିବାବେଳେ ଗୌରଙ୍କ ଝିଅ କୁସ୍ମିତା, ଗଦନଙ୍କ ପୁଅ ସୁଶାନ୍ତ ନିକଟରେ ଥିବା ପୋଖରୀରେ ଖେଳୁଥିଲେ । ତେବେ ପୋଖରୀରେ ଖେଳୁ ଖେଳୁ ସେମାନେ ପୋଖରୀରେ ବୁଡି ଯାଇଥିଲେ ।  

ଏହାପରେ ଉଭୟଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।