Monday, November 16, 2026
Home ଆଞ୍ଚଳିକ ବଢୁଛି ସଂକ୍ରମଣ, ଗତ 24 ଘଣ୍ଟାରେ 734 ପଜିଟିଭ୍

ବଢୁଛି ସଂକ୍ରମଣ, ଗତ 24 ଘଣ୍ଟାରେ 734 ପଜିଟିଭ୍

16

୨୨/୦୯/୨୧ (ଜିଲ୍ଲା ଖବର) : ଆଜି କରୋନା ସଂକ୍ରମଣ ୭ ଶହ ଟପିଛି । ଗତ 24 ଘଣ୍ଟା ମଧ୍ୟରେ 734 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେନଣ୍ଟାଇନରୁ 424 ଓ ସ୍ଥାନୀୟ ସଂକ୍ରମଣ 310 ରହିଛନ୍ତି । 0 ରୁ 18 ବର୍ଷ ମଧ୍ୟରେ 101 ଜଣ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

 ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀରୁ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ଉ ପରେ ବି ସଂକ୍ରମଣ କମୁନାହିଁ ।