Sunday, November 15, 2026
Home ଆଞ୍ଚଳିକ ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆକ୍ରମଣ

ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆକ୍ରମଣ

19

ନୂଆଦିଲ୍ଲୀ, ୨୨/୦୯/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ ପାୟଲ ଘୋଷଙ୍କୁ ପାୟଲଙ୍କୁ ଏସିଡ୍‌ ଆଟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ମେଡିସିନ୍‌ କିଣବାକୁ ଯାଉଥିବା ବେଳେ  କେହି ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ କରିଛନ୍ତି।  ସେ କହିଛନ୍ତି ଯେ, ସେ ତାଙ୍କ କାରରେ ଯାଉଥିବା ସମୟରେ , କିଛି ବ୍ୟକ୍ତି ତାଙ୍କୁ ଫଲୋ କରି ଏକ ରଡ଼ରେ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନେ ଏକ ବୋତଲରେ ଥିବା ତରଳ ପଦାର୍ଥକୁ ତାଙ୍କ ଉପରକୁ ଫୋପାଡ଼ିଥିଲେ। ସେ ଏହାକୁ ଏସିଡ୍‌ ବୋଲି ସନ୍ଦେହ କରୁଛନ୍ତି।

ହେଲେ ଭାଗ୍ୟ ଭଲ ଯେ, ସେ ଏହି ଆକ୍ରମଣରୁ ବର୍ତ୍ତିଯାଇଛନ୍ତି ବୋଲି ସେ କହିଛନ୍ତି  । ବାମ ହାତରେ ସାମାନ୍ୟ ଆଘାତ ଲାଗିଛି। ଥାନାରେ ସେ ଏନେଇ ଏକ ମାମଲା ରୁଜୁ କରିଛନ୍ତି ବୋଲି ଅଭିନେତ୍ରୀ କହିଛନ୍ତି। ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସେ ଏହାର ସୂଚନା ଦେଇଛନ୍ତି। ସେଥିରେ ସେ କହିଛନ୍ତି ଯେ, ହାଏ, ମୁଁ ପାୟଲ ଘୋଷ । ଗତକାଲି ମୁଁ କିଛି ମେଡିସିନ୍‌ କିଣିବାକୁ ଘରୁ  ବାହାରିଥିଲି। ମୁଁ ମୋ ଡ୍ରାଇଭର ସିଟରେ ବସିବାକୁ ଯାଉଥିବା ସମୟର କିଛି ଲୋକ ଆସି ମତେ  ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।

ସେହି ସମୟରେ ସେମାନଙ୍କ ହାତରେ ଏକ ବୋତଲ ଥିଲା ମୁଁ ଜାଣିନି  ସେଥିରେ କଣ ଥିଲା। କିନ୍ତୁ ସେଥିରେ ଏସିଡ୍ ଥିବା ନେଇ ମୁଁ ସନ୍ଦେହ କରୁଛି। ସେମାନେ ମତେ ରଡ଼ରେ ମାରିବାକୁ ଚେଷ୍ଟା କରିଥିଲେ ଏବଂ ମୁଁ କୌଣସି ଭାବେ ଖସିଆସିଥିଲି ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ବୋଲି କହିଛନ୍ତି।