
ଜଟଣୀ,୨୨/୯ (ଜିଲ୍ଲା ଖବର) :
ଭାରତୀୟ ରେଳଚାଳକ ସଂଘ କେନ୍ଦ୍ରିୟ କାର୍ଯ୍ଯକାରିଣୀ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧାରୋଡ ରେଳମଣ୍ଡଳ ମୁଖ୍ଯପ୍ରବନ୍ଧକ ଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଚାଳକ ସଂଘ ସଦସ୍ଯ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ରେଳ ବିଭାଗର ଘରୋଇକରଣ ବନ୍ଦସହ ନୂତନ ଭିତ୍ତିରେ ପେନ୍ସନ ପ୍ରଦାନ ଏବଂ ଚାଳକ ବିଶ୍ରାମଗ୍ରୁହ,ପାଇଖାନା,ଚାଳକ ସହ ଚାଳକଙ୍କୁ ଅତ୍ଯାଚାର ମୁକ୍ତ କରିବା ମୁଖ୍ଯ ଦାବିଥିଲା | ଏହା ସହ ଅନ୍ଯାନ୍ଯ ଦାବି ତୁରନ୍ତ ପୂରଣ କରିବା ନିମନ୍ତେ ତିନିଘଣ୍ଟା ଧରି ଅନଶନ କରିଥିଲେ |୧୯୮୦ ନୀୟମାନୁଯାୟୀ ଦୂରତା ଭିତ୍ତିରେ ପ୍ରଦାନ କରାଯାଉଥିବା ଭଡାପରିବର୍ତ୍ତନ ଆନ୍ଦୋଳନର ନାରା ରହିଥିବା ବେଳେ ଗାଡ ପଦ ହଟାଇ ମେସିନ୍ ଦ୍ୱାରା କାର୍ଯ୍ଯ କରିବା,ରେଳ ଇଞ୍ଜିନ୍ ରେ କ୍ଯାମେରା ଲଗାଇବା,ସହ ଚାଳକ ଙ୍କୁ ଗାଡ ଙ୍କ କାର୍ଯ୍ଯ କରିବାକୁ ବାଧ୍ଯକରିବାକୁ ତୀବ୍ର ବିରୋଧ କରିଥିଲେ ଆନ୍ଦୋଳନ କାରୀ |ଏହି ପରିପ୍ରେକ୍ଷିରେ ଜୋନ ସଭାପତି ଶରତ ପଟ୍ଟନାୟକ,ମଣ୍ଡଳ ସଚିବ ଜୟପ୍ରକାଶଦଣ୍ଡପାଟ,ମଣ୍ଡଳ କାର୍ଯ୍ଯକାରୀ ସଭାପତି ସତ୍ଯନାରାୟଣ ପଟ୍ଟନାୟକ,କେନ୍ଦ୍ରିୟ କାର୍ଯ୍ଯକାରିଣୀ ସଦସ୍ଯ ଅଞ୍ଜନସାହୁ,ଯୁଗ୍ମସଚିବ ଚିତ୍ତରଂଜନପତି,ତାଳଚେରଶାଖାସଚିବ ମହମ୍ମଦ ଆଲାମ୍,ଖୋର୍ଦ୍ଧା ଶାଖା ସଭାପତି ପ୍ରଦୀପ୍ତ ମହାନ୍ତୀ,କଟକ ଶାଖା ସଚିବ ପ୍ରଶାନ୍ତ ନାୟକ,ଯଶପୁରା ଶାଖା ସଚିବ ସଂଜିବ ସାହୁ,ଭଦ୍ରଖ ଶାଖା ସଚିବ ଧନଞ୍ଜୟ ବେହେରା,ପାରାଦୀପଶାଖା ସଚୀବ ଶୁଶାନ୍ତ ସାମଲ,କେନ୍ଦୁଝର ଯୁଗ୍ମଶାଖା ସଚିବ ବାଘାଇ ସୋରେନ୍ ଙ୍କ ସହ ଅନ୍ଯ ସଦସ୍ଯ ମାନେ ଭାଗନେଇଥିଲେ | ଦାବିପୂରଣ ନହେଲେ ଆଗାମୀ ଦିନରେ ପ୍ରତିବାଦ ଭୟଙ୍କର ରୂପନେବ ବୋଲି ଚେତାବନୀ ଦେଇଥିଲେ |
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


