Saturday, November 14, 2026
Home ଆଞ୍ଚଳିକ ଜନ୍ମମାଟି ଅତାବିରାରେ ପହଞ୍ଚିଲେ ପ୍ରମୋଦ ଭଗତ

ଜନ୍ମମାଟି ଅତାବିରାରେ ପହଞ୍ଚିଲେ ପ୍ରମୋଦ ଭଗତ

8

୨୧/୦୯/୨୧(ଜିଲ୍ଲା ଖବର) :  ନିଜ ଜନ୍ମମାଟି ଅତାବିରାରେ ପହଞ୍ଚିଲେ ପ୍ରମୋଦ ଭଗତ ।  ସୁନା ପୁଅ ପ୍ରମୋଦ ଭଗତଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଅତାବିରାବାସୀ  ।

ଅତାବିରା ଏନଏସିର ବିଭିନ୍ନ ସ୍ଥାନରେ ଟୋକିଓ ପାରା ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ପାରା ବ୍ୟାଡ଼ମିଟନ ଷ୍ଟାର ପ୍ରମୋଦ ଭଗତଙ୍କ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ପ୍ରମୋଦ । ପାରାଲିମ୍ପିକ୍ସ ବ୍ୟାଡମିଂଟନ ଏସଏଲ-ଥ୍ରୀ ବର୍ଗର ଏକକ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଭାରତୀୟ କ୍ରୀଡ଼ା ଜଗତରେ ନୂଆ ଇତିହାସ ରଚିଛନ୍ତି ।  ଗରିବ ଘରେ ଜନ୍ମ ହୋଇଥିବା ପ୍ରମୋଦ ପିଲାଟି ବେଳୁ ଅନେକ ସଂଘର୍ଷ କରିଛନ୍ତି ।  ଖେଳ ପ୍ରତି ଥିବା ନିଷ୍ଠା ଏବଂ ଆଗ୍ରହ ତାଙ୍କୁ ଏହି ସଫଳତା ଆଣିଦେଇଛି ।