Friday, November 13, 2026
Home ଆଞ୍ଚଳିକ ରୋଷେଇ ଘର ସଫା କରିବାର ସରଳ ଉପାୟ

ରୋଷେଇ ଘର ସଫା କରିବାର ସରଳ ଉପାୟ

5

୨୧/୦୯/୨୧(ଜିଲ୍ଲା ଖବର) : ସବୁବେଳେ ରୋଷେଇ ଘରକୁ ପରିସ୍କାର କରି ରଖିବା ଉଚିତ୍ । ଆଉ ଏଥିପାଇଁ ଗୃହିଣୀମାନେ ସବୁବେଳେ ଚେଷ୍ଟା କରନ୍ତି । ଅନେକ ସମୟରେ ରୋଷେଇ ଘରେ ଦାଗ ରହି ଯାଇଥାଏ । ଯାହାକି ଆଖିକୁ ଭଲ ଦେଖା ଯାଇ ନଥାଏ । ତେବେ ରୋଷେଇ ଘରୁ ଦାଗ ଛଡାଇବା ପାଇଁ କିଛି ସରଳ ଉପାୟ ରହିଛି । ଆସନ୍ତୁ ଜାଣିବା ।

-ବାସନ ସଫା ଲିକୁଇଡରେ ପାଣି ମିଶାଇ ରୋଷେଇ ଘର ପୋଛିବା ଦ୍ବାରା, ଅତି ସହଜରେ ଦାଗ ସଫା କରାଯାଏ ।

-ଗରମ ପାଣିରେ ଭିନେଗାର ମିଶାଇ, ଦାଗ ହୋଇଥିବା ସ୍ଥାନରେ ସ୍ପ୍ରେ କରି ୨୫ ରୁ ୩୦ ମିନିଟ ଯାଏ ଛାଡିବେ । ତାପରେ ଏକ ସୂତା କପଡାରେ ପୋଛିବେ । ଦେଖିବେ ଦାଗ ସଫା ହୋଇ ରୋଷେଇ ଘର ଏକଦମ୍ ଚିକଚିକ୍ ଦେଖାଯିବ ।

-ଲେମ୍ବୁ ରସ ଏବଂ ବେକିଂ ପାଉଡରରେ ପାଣି ମିଶାଇ ଦାଗ ହୋଇଥିବା ସ୍ଥାନରେ ପକାଇ , କିଛି ସମୟ ପରେ ପୋଛିବା ଦ୍ବାରା, ଦାଗ ସଫା ହୋଇଯାଏ ।