
ନୂଆଦିଲ୍ଲୀ, ୨୧/୦୯/୨୧(ଜିଲ୍ଲା ଖବର) : ବଲିଉଡ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଖୁବ୍ ଶୀଘ୍ର ଏକାଠି ଦେଖିବେ ଦର୍ଶକ । ଶୁଣିବାକୁ ମିଳୁଛି ଯେ, ରଣବୀର ଏବଂ ଆଲିଆ ତାଙ୍କର ଆଗାମୀ ଫିଲ୍ମ’ରକି ଔର ରାନୀ କି ପ୍ରେମ୍ କାହାଣୀ’ର ଗୀତ ପାଇଁ ଋଷ ଯିବେ । ଖୁବ୍ ଶିଘ୍ର ଦୁହେଁ ମସ୍କୋ ଯିବେ ।
ତେବେ ଏହି ଗୀତକୁ ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡିସୁଜା କୋରିଓଗ୍ରାଫ୍ କରିବାକୁ ଯାଉଛନ୍ତି । କରନ ଜୋହରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ପ୍ରସ୍ତୁତ କରାଯାଉଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି କରନ ଜୋହର । ୨୦୧୬ରେ ଆସିଥିବା ଫିଲ୍ମ ’ଦିଲ୍ ହେ ମୁସକିଲ୍’ରେ ସେ ଶେଷଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ ସେ । ସେଥିରେ ରଣବୀର କପୁର, ଅନୁଷ୍କା ଶର୍ମା ଏବଂ ଐଶର୍ଯ୍ୟା ରାୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।


