
ଭୁବନେଶ୍ୱର, ୨୧/୦୯/୨୧(ଜିଲ୍ଲା ଖବର) : ରାଜଧାନୀରେ ଚାଞ୍ଚଲ୍ୟ । ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମଣ୍ଡପ ବସ୍ତିର ମୁଣ୍ଡା ସାହିରେ ଘଟିଛି ଅଘଟଣ ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ୟାମ ମୁଣ୍ଡରି । ସେ ବିଏମସିର ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି । ସ୍ୱାମୀକୁ ବାଡେଇ ମାରିଦେବା ଅଭିଯୋଗରେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୁଲିସ। ଡ଼ମଣା ମଣ୍ଡପ ବସ୍ତିରେ ରହୁଥିବା ଝିଙ୍ଗି ମୁଣ୍ଡୁରୀ ତାଙ୍କ ସ୍ୱାମୀ ଶ୍ୟାମ ମୁଣ୍ଡୁରୀଙ୍କୁ ଗତକାଲି ମାରି ଦେବା ଅଭିଯୋଗ ହୋଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ସବୁ ଦିନ ଲାଗି ରହୁଥିଲା ବଚସା ଏବଂ ମାରପିଟ ମଧ୍ୟ ହେଉଥିଲା । ଅପରପକ୍ଷରେ ଝିଙ୍ଗି ମୁଣ୍ଡୁରୀ ତାଙ୍କ ସ୍ୱାମୀଙ୍କୁ ମାରି ନଥିବା କହିଛନ୍ତି । ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ଏବଂ ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।
ସେପଟେ ଶ୍ୟାମଙ୍କୁ ପ୍ରକୃତରେ କିଏ, କାହିଁକି ଏବଂ କମିତି ମାରିଲା ସେନେଇ ଏକ ହତ୍ୟା ମାମଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ ।



