
ନୂଆଦିଲ୍ଲୀ ,୨୧/୦୯/୨୧(ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଓ ଅପଲୋଡ କରିବା ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ତେବେ ଜେଲରେ ଦୁଇ ମାସ ରହିବା ପରେ, ତାଙ୍କୁ ଜାମିନ୍ ମିଳିଛି । ମୁମ୍ବାଇ କୋର୍ଟ ୫୦ ହଜାର ଟଙ୍କା ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ରାଜଙ୍କୁ ଜାମିନ୍ ମିଳିବା ପରେ, ବେଶ ଖୁସି ଅଛନ୍ତି ତାଙ୍କ ପରିବାର । ଶିଳ୍ପା ଶେଟ୍ଟୀଙ୍କ ପରେ ପୁଅ ଭିଆନ ଇନଷ୍ଟାରେ ପୋଷ୍ଟ ସେୟାର କରିଛନ୍ତି ।
ଭିଆନ କୁନ୍ଦ୍ରା ଗଣେଶ ଚତୁର୍ଥୀର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗଣେଶଙ୍କ ସାମ୍ନାରେ ଶିଳ୍ପା ତାଙ୍କ ଦୁଇ ପିଲାଙ୍କ ସହ ବସିଥିବାର ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଭିଆନ୍ କ୍ୟାପ୍ସନରେ ଲେଖିଛନ୍ତି ଯେ, ଭଗବାନ୍ ଗଣେଶ କି ସୁଣ୍ଢ୍ ଜିତନା ଲମ୍ବା,ଜୀବନ୍ ଉନକେ ଚୁହେ କି ସମାନ୍ ଛୋଟି , ମୁସିବତ୍ ପଲ୍ ମୋଦକ୍ କି ସମାନ୍ ସୁଇଟ୍ । ଗଣପତି ବପ୍ପା ମୋରିୟା । ତେବେ ତାଙ୍କର ଏହି ପୋଷ୍ଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।


