
ବ୍ରହ୍ମପୁର, ୨୧/୦୯/୨୧(ଜିଲ୍ଲା ଖବର) : ଜମିଜମା ବିବାଦକୁ ନେଇ ଗୁଳିମାଡ଼ । ଗଞ୍ଜାମ ଭଞ୍ଜନଗର ଥାନା ଢୋଲପିଠା ନିକଟସ୍ଥ କୁଟୁଣୁକୁମ୍ପା ଗ୍ରାମରେ ଜମିଜମା ବିବାଦକୁ ନେଇ ଗୁଳିକାଣ୍ଡ ଘଟିଥିବା କୁହାଯାଇଛି । ଏଥିରେ ଶିବରାମ ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
୫୫ ବର୍ଷୀୟ ଶିବରମ ନିଜ ଜମିରେ କାମ କରୁଥିବାବେଳେ କେହି ଜଣେ ଦୂର୍ବୃତ୍ତ ଗୁଳିମାଡ଼ କରି ଚାଲିଯାଇଥିବା କୁହାଯାଉଛି । ଶିବରାମଙ୍କ ଛାତିରେ ଓ ପେଟରେ ଗୁଳି ବାଜିଛି ।
ଗୁଳିମାଡ଼ କରିଥିବା ବ୍ୟକ୍ତି ଫେରାର ହୋଇଯାଇଥିବା ବେଳେ ଶିବରାମଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗର ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।


