
ନୂଆଦିଲ୍ଲୀ, ୨୧/୦୯/୨୧(ଜିଲ୍ଲା ଖବର) : ଅଭିନୟ ସହିତ ନିଜ ଫିଗରକୁ ନେଇ ବେଶ ପରିଚିତ ବଲିଉଡ ଅଭିନେତ୍ରୀ ରିମି ସେନ୍ । ଫିଲ୍ମ’ହଙ୍ଗାମା’, ‘ଧୁମ୍’, ‘ବାଗବାନ’, ‘ଗୋଲମାଲ’ ଭଳି ଅନେକ ଫିଲ୍ମରେ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ହେଲେ କମେଡି ଫିଲ୍ମ ମାଧ୍ୟମରେ ସେ ବେଶ ଲୋକପ୍ରିୟ ହୋଇଛନ୍ତି । ଅନେକ ଫିଲ୍ମରେ କାମ କରିଥିବା ରିମି ସେନ୍ କିନ୍ତୁ , ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ରଖିଛନ୍ତି । ଆଜି ହେଉଛି ରିମିଙ୍କ ଜନ୍ମଦିନ । ୨୧ ସେପ୍ଟେମ୍ବର ୧୯୮୧ରେ ଜନ୍ମିତ ରିମିଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କର କିଛି ଖାସ୍ କଥା ।
ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରିମି ସେନ୍ । ଅନେକ ବିଜ୍ଞାପନ ଏବଂ ମଡେଲିଂରେ ସେ ବେଶ ନାଁ କରିଥିଲେ । ଫିଲ୍ମ ’ହଙ୍ଗାମା’ରେ ସେ ପ୍ରଥମେ ବ୍ରେକ୍ ପାଇଥିଲେ । ଏହାପରେ ସେ ଅନେକ ହିଟ ଫିଲ୍ମରେ କାମ କରିଛନ୍ତି । ଏହାପରେ ହଠାତ୍ ସେ ଫିଲ୍ମ ଦୁନିଆଁରୁ ଦୂରେଇ ଯାଇଥିଲେ ।


