
ରାଉରକେଲା,୨୧/୦୯/୨୧(ଜିଲ୍ଲା ଖବର) : ସତ ମୃତ୍ୟୁ… ମିଛ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ । ପଦାରେ ପଡିଲା ବିଜୁ ସ୍ମାର୍ଟ କାର୍ଡର ସତ । ମରିବାର 8 ମାସ ପରେ ବିଜୁ ସ୍ମାର୍ଟ କାର୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରମୋସନ କରୁଛନ୍ତି ସରକାର । ରାଉରକେଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ରାଉରକେଲାର ସନ୍ତୋଷ ଶତପଥୀଙ୍କ ସ୍ତ୍ରୀ 8 ମାସ ତଳୁ ମରି ସାରିଛନ୍ତି । କିନ୍ତୁ ରାଉରକେଲା ମହାନଗର ନିଗମ ବିଜୁ ସ୍ମାର୍ଟ କାର୍ଡକୁ ନେଇ ତାଙ୍କ ନାଁରେ କରିଛି ପ୍ରଚାର । ରାଉରକେଲା ମହାନଗର ନିଗମ ତାର ଫେସବୁକ୍ ପେଜରେ ପ୍ରଚାର କରି କହିଛି, ବିଜୁ ସ୍ମାର୍ଟ କାର୍ଡ ପାଇଥିବା ସନ୍ତୋଷ ଶତପଥୀ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା କରିପାରିବେ ।
ମୁଖ୍ୟମନ୍ତ୍ରୀ ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାର ମାତ୍ର 6 ଦିନ ପରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଉରକେଲା ମହାନଗର ନିଗମର ଅଫିସିଆଲ ପେଜରେ ପୋଷ୍ଟ କରିବା ସରକାରୀ ଦଳ ଏବଂ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡର ସତ୍ୟତାକୁ ପଦାରେ ପକାଇଛି ।
ସ୍ତ୍ରୀ ବିଗତ 8 ମାସ ପୂର୍ବରୁ ମୃତ୍ୟୁବରଣ କରି ସାରିଥିବାବେଳେ କାର୍ଡ ପାଇ କାହାର ଚିକିତ୍ସା କରିବେ ବୋଲି ପ୍ରଶ୍ନ କରିଛନ୍ତି ସନ୍ତୋଷ ? କେବଳ ଏତିକି ନୁହେଁ ବିଜୁ ସ୍ମାର୍ଟ କାର୍ଡ ପାଇ ମଧ୍ୟ ଅନେକ ହସ୍ପିଟାଲରୁ ଚିକିତ୍ସା ସେବା ନପାଇ ନିରାଶ ହୋଇଥିବା ଅଭିଯୋଗ ହୋଇଛି ।



